ମରିପଲ ସହରରେ ଋଷର ଘନଘନ ବୋମାମାଡ

କ୍ୱିଭ:ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ୟୁକ୍ରେନ ଉପରେ ଋଷର ତାଣ୍ଡବ ଲୀଳା ଜାରି ରହିଛ । ଆଜିକୁ ୧୧ଦିନ ହେଲା ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ଋଷର ଲକ୍ଷ୍ୟ ପୂରଣ ନହେବାରୁ ଋଷ ପକ୍ଷରୁ ଆକ୍ରମଣ ଆହୁରି ତୀବ୍ର ହୋଇଛି । ଘନ ଘନ ମିଶାଇଲ ମାଡରେ ଥରି ଉଠୁଛି ୟୁକ୍ରେନ ମାଟି । ଜଳୁଛି ସହାର ପରେ ସହର ।
ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ହାତମୁଠାକୁ ନେଉଛି ଋଷିଆ । ବର୍ତ୍ତମାନ ୟୁକ୍ରେନ ବନ୍ଦର ସହର ମରିପଲକୁ ଋଷୀୟ ସେନାଙ୍କ ଟାର୍ଗେଟ । ମରିପଲ ସହର ଉପରକୁ ଋଷୀୟ ସେନାଙ୍କ ପକ୍ଷରୁ ଘନଘନ ବୋମାମାଡ କରାଯାଉଛି । ଏହି ସ୍ଥାନରେ ବିଦୁ୍ୟତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଅନ୍ୟପଟେ ୟୁକ୍ରେନରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅପରେଶନ୍-ଗଙ୍ଗା ଜାରି ରହିଛି । ଅପରେଶନ-ଗଙ୍ଗା ଜୋରଦାର ହୋଇଛି। ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଆଜି ୩ଟି ସ୍ୱତନ୍ତ୍ର ବିମାନରେ ୟୁକ୍ରେନରୁ ଫେରିଲେଣି ୫୪୭ ଭାରତୀୟ । ସ୍ଲୋଭାକିଆ ରାସ୍ତା ଦେଇ ଆଜି ଆଉ ୨୫୪ ପ୍ରବାସୀ ଭାରତୀୟ ମଧ୍ୟ ସ୍ୱଦେଶ ଫେରିଛନ୍ତି । ହେଙ୍ଗେରୀ ଦେଇ ୧୮୩ ଓ ରୋମାନିଆ ଦେଇ ୨୧୦ ଭାରତୀୟ ସ୍ୱଦେଶ ଫେରିଥିବା ସୂଚନା ମିଳିଛି ।
ଅନ୍ୟପଟେ ଗତକାଲି ଋଷ ୬ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ସମୟରେ ଗର୍ଭବତୀ ମହିଳା, ଛୋଟପିଲା, ବୟସ୍କ ନାଗରିକ, ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଇଥିଲା ।
Powered by Froala Editor