ରାଜ୍ୟରେ ବୃଦ୍ଧି ହେବ ଦିନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ଶୁଖିଲା ରହିଛି । ରାଜ୍ୟରେ ଆଗାମୀ ୩ରୁ ୪ଦିନ ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ରାଜଧାନୀ ଭୁବନେଶ୍ୱରରେ ଦିନବେଳଅ ତାପମାତ୍ରା ବଢିପାରେ । ଆରବ ସାଗରରୁ ପୂର୍ବ ଭାରତକୁ ଆର୍ଦ୍ରତା ପ୍ରବାହ ବନ୍ଦ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ମାର୍ଚ୍ଚ ୧୩ ରୁ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଶନିବାର ଦିନ ସୋଆର ପରିବେଶ ଏବଂ ଜଳବାୟୁ କେନ୍ଦ୍ର କହିଛି।
ଏହା ଫଳରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୩୭ ରୁ ୩୯ ଡିଗ୍ରୀ ସେଲସିୟସ ମଧ୍ୟରେ ପଞ୍ଜୀକୃତ ହେବ। ଉପକୂଳ ଓଡିଶା ୩୩ ରୁ ୩୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୩୫ ରୁ ୩୭ ଡିଗ୍ରୀ ଦିନର ତାପମାତ୍ରା ମାର୍ଚ୍ଚ ୧୨ ପର୍ୟ୍ୟନ୍ତ ରହିବ।
Powered by Froala Editor