ସାମୟିକ ଅସ୍ତ୍ରବିରତି ଘୋଷଣା କଲା ଋଷିଆ
ୟୁକ୍ରେନ: ଋଷିଆ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଆଜି ୧୦ମ ଦିନ । ଯୁଦ୍ଧର ଦଶମ ଦିନରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଯୁଦ୍ଧର ଦଶମ ଦିନରେ ଋଷିଆ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି । ଭାରତୀୟ ସମୟ ଦିନ ୧୧ଟା ୩୦ରୁ ଋଷିଆ ପକ୍ଷରୁ ସାମୟିକ ଅସ୍ତ୍ର ବିରତି ଘୋଷଣା କରାଯାଇଛି । ଫସିରହିଥିବା ଛାତ୍ର ଓ ଗର୍ଭବତୀଙ୍କୁ ଉଦ୍ଧାର କରିବା ପାଇଁ ଋଷ ପକ୍ଷରୁ ଏହି ସାମୟିକ ଅସ୍ତ୍ର ବିରତି ଘୋଷଣା କରାଯାଇଛି । ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଛି । ଖାରକିଭ୍ ଓ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିବା ସୂଚନା ମିଳିଛି ।
ଏହି ଅସ୍ତ୍ର ବିରତି ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ପାଇବେ । ବିଶେଷ କରି ମହିଳା, ଛୋଟ ପିଲା ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ କୁହାଯାଇଛି । ଯୁଦ୍ଧ ବିରତି ଶେଷ ହେବା ପରେ ରୁଷ ପୁଣିଥରେ ତା’ର ଉଗ୍ର ରୂପ ଦେଖାଇବ ।
ରୁଷ ସେନା ୧୦ ଦିନ ହେଲା ହମଲା କରୁଥିଲେ ମଧ୍ୟ ୟୁକ୍ରେନର ରାଜଧାନୀ କିଭ କିମ୍ବା ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭକୁ ଦଖଲ କରିପାରି ନାହାନ୍ତି । ତେଣୁ ଏଥର ପୁଟିନ ସେନା ଅଲଆଉଟ ଆଟାକ ମୁଡରେ ରହିଛି । ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ବଡ ହମଲା ପୂର୍ବରୁ ଲୋକଙ୍କୁ ଅନ୍ୟତ୍ର ଚାଲି ଯିବାକୁ ରୁଷ ଶେଷ ସୁଯୋଗ ଦେଇଥିବା କୁହାଯାଉଛି ।
ଋଷ ଓ ୟୁକ୍ରନେ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନରେ ଏହି ବାବଦରେ ଆଲେଚନା ହୋଇଥିଲା । ମାନବୀୟ କରିଡର ମାଧ୍ୟମରେ ସେଠାରେ ଫସି ରହିଥିବା ସମସ୍ତ ପ୍ରବାସୀ, ଗର୍ଭବତୀ ମହିଳା ଓ ଛୋଟ ପିଲାମାନଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି ।
Powered by Froala Editor