ଋଷରେ ପ୍ରତିବାଦର ସ୍ୱର, ଟିଭିରେ ଲାଇଭ ଇସ୍ତଫା
ଋଷ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୦ମ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି ।
ୟୁକ୍ରେନ ଉପରେ ଋଷର ଆକ୍ରମରକୁ ବିଶ୍ୱବ୍ୟାପି ନିନ୍ଦା କରାଯାଉଛି । ଋଷରେ ମଧ୍ୟ ଯୁଦ୍ଧ ବିରୋଧରେ ଆନେ୍ଦାଳନ ଜୋର ଧରିଛି । ଏପରିସ୍ଥଳେ ଋଷରେ ଏକ ଟିଭି ଚ୍ୟାନେଲ ଅଭିନବ ଉପାୟରେ ପ୍ରତିବାଦ ଜାହିର କରିଛି । ‘ରେନ୍ ଟିଭି’ ନାମକ ଏହି ଚ୍ୟାନେଲର ସମସ୍ତ କର୍ମଚାରୀ ଟିଭିରେ ଲାଇଭ ଇସ୍ତଫା ଦେଇଛନ୍ତି। ଋଷର ଆକ୍ରମଣ ସଂପର୍କିତ ଖବର ପ୍ରସାରଣ କରିବା ଉପରେ ଋଷୀୟ ଅଧିକାରୀ ରୋକ୍ ଲଗାଇଛନ୍ତି । ଏଣୁ ‘ନୋ ଟୁ ୱାର’ର ବାର୍ତ୍ତା ଦେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚ୍ୟାନେଲ ବନ୍ଦ କରିଦିଆଯାଇଛି । ଏହି ଚ୍ୟାନେଲର ପ୍ରତିଷ୍ଠାତା ନାଟାଲିଆ ସିନେ୍ଦୟେଭାଙ୍କ ନିଦେ୍ର୍ଧଶକ୍ରମେ ସବୁ କର୍ମଚାରୀ ଟିଭିରେ ଲାଇଭ ଚାଲୁଥିବା ସୟୟରେ ଇସ୍ତଫା ଦେବା ସହ ଷ୍ଟୁଡିଓ ଛାଡି ଯାଇଛନ୍ତି । ଏହି ଭିଡିଓ ଏବେ ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି ।
Powered by Froala Editor