ଦେଶରେ କରୋନା ନେଲା ୩୫୨୩
![ଦେଶରେ କରୋନା ନେଲା ୩୫୨୩](https://odishanewslens.com/news_gallery/1135_1619846658.jpg)
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ନୂଆ ପଜିଟିଭ ମାମଲା ସାମନାକୁ ଆସିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଭାଇରସରେ ୪ ଲକ୍ଷ ୦୧ ହଜାର ୯୩୩ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩୫୨୩ଜଣ ପ୍ରାଣ ହରାଇଛନ୍ତି । ଭାରତରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ହୋଇଥିବାବେଳେ ୨ ଲକ୍ଷ ୧୧ ହଜାର ୮୫୩ ଲୋକ ପ୍ରାଣ ହରାଇଛନ୍ତି । ଦେଶରେ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ପାଖାପାଖି ୩୩ ଲକ୍ଷ ରହିଛି । ସାରା ଦେଶରେ ବର୍ତ୍ତମାନ ୩୨ ଲକ୍ଷ ୬୮ ହଜାର ୭୧୦ ଲୋକ ଚିକିତ୍ସିତ ହେଉଛନ୍ତି ।
Powered by Froala Editor