ମିଛି ମିଛିକା ସିନ୍ ପାଲଟିଗଲା ସତ, ହାତ ଗୋଡ଼ ବାନ୍ଧି ନାୟିକାଙ୍କୁ ଦୁଷ୍କର୍ମ କଲେ ନାୟକ!

ଭୁବନେଶ୍ୱର : ଆଲ୍ବମ୍ରେ ମିଛି ମିଛିକା ଦୁଷ୍କର୍ମ ସିନ୍ ପାଲଟିଗଲା ସତ! ହାତ ଗୋଡ଼ ବାନ୍ଧି ନାୟିକାଙ୍କୁ ଦୁଷ୍କର୍ମ କଲେ ନାୟକ! ବହୁ ଚର୍ଚ୍ଚିତ ସୌମ୍ୟ ଓ ସୋନାଲିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଆଲ୍ବମ୍ର ନାୟିକାଙ୍କୁ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଣପୁର ଅଞ୍ଚଳର ୧୬ ବର୍ଷୀୟା ପ୍ରିୟା (ଛଦ୍ମନାମ) ଅଭିନେତ୍ରୀ ହେବା ପାଇଁ ଭୁବନେଶ୍ୱର ଆସିଥିଲେ। ଆଉ ତାଙ୍କୁ ଆଲ୍ବମ୍ରେ ନାୟିକା ଭାବେ ଅଫର ଦିଆଯାଇଥିଲା। ବହୁ ଚର୍ଚ୍ଚିତ ସୌମ୍ୟ ଓ ସୋନାଲିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଆଲ୍ବମ୍ରେ ନାୟିକା (ସୋନାଲିଙ୍କ ଚରିତ୍ରରେ) ଭାବେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା।ଆଲ୍ବମ୍ର ପ୍ରଥମ ଭାଗ ଶୁଟିଂ ସରିଥିଲା। ଗୁରୁବାର ଦ୍ୱିତୀୟ ଭାଗର ଶୁଟିଂ ଭରତପୁର ଅଞ୍ଚଳରେ ଚାଲିଥିଲା। ଦିନ ବେଳେ ମନ୍ଦିରରେ ଏକ ବାହାଘର ସିନ୍ର ଶୁଟିଂ ସରିଥିଲା। ଶୁଟିଂ ସରିବା ପରେ ସମସ୍ତେ ଭରତପୁରରେ ଥିବା ଭଡ଼ା ଘରକୁ ଯାଇଥିଲେ। ସେଠାରେ ଆଲ୍ବମ୍ର ନାୟିକା ପ୍ରିୟାଙ୍କୁ ଚିକେନ୍ ଖାଇବାକୁ ଦିଆଯାଇଥିଲା। କିଛି ସମୟ ବିଶ୍ରାମ ପରେ ରାତିରେ ଶୁଟିଂ ଆରମ୍ଭ କରାଯିବ ବୋଲି ତାଙ୍କୁ କୁହାଯାଇଥିଲା।
ଆଲ୍ବମ୍ରେ ଥିବା ଏକ ଅପହରଣ ଶିନ୍ ସୁଟିଂ ପୂର୍ବରୁ ରାତିରେ ପ୍ରିୟାଙ୍କ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଏପରିକି ତାଙ୍କ ଦେହରେ ଫେବିକ୍ୱିକ୍ ଢଳା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ପ୍ରିୟା ବିରୋଧ କରିବାରୁ ଦୁଷ୍କର୍ମ ଜୀବନ୍ତ ହେବ ବୋଲି କୁହାଯାଇଥିଲା। ତା’ପରେ ତାଙ୍କୁ ଆଲ୍ବମର ନାୟକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଥରେ କି ଦୁଇ ଥର ନୁହେଁ, ରାତି ସାରା ତାଙ୍କୁ ସାତ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଯେତେ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ ବୋଲି ପୀଡ଼ିତର ଅଭିଯୋଗ କରିଛନ୍ତି।
Powered by Froala Editor