ପୂରା ଦଖଲ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ: ଋଷ ବିଦେଶ ମନ୍ତ୍ରୀ
ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଜି ଯୁଦ୍ଧର ନବମ ଦିନ । ନିଜର ଲକ୍ଷ ପୂରଣ ପାଇଁ ଋଷ ପକ୍ଷରୁ ଭୟଙ୍କର ଆକ୍ରମଣ କରାଯାଉଛି । ଅନ୍ୟପଟେ ଯୁଦ୍ଧ ବନ୍ଦ ପାଇଁ ଋଷ ସହ କଥାବାର୍ତ୍ତା ନିମନ୍ତେ ୟୁକ୍ରେନ ପ୍ରସ୍ତୁତ ଅଛି । ତେବେ ଋଷର ସୁରକ୍ଷା ସଂପର୍କୀତ ସର୍ତ୍ତ ଉଲଂଘନ ହେଲେ ୟୁକ୍ରେନକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ବୋଲି ବିଦେଶ ମନ୍ତ୍ରୀ ସର୍ଜୟି ଲା ଭରୋଭ କହିଛନ୍ତି । ଋଷ ଲଗାତାର ଭାବେ ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡିକୁ ଧ୍ୱଂସ କରିବ ଏବଂ ଏହି ପ୍ରକ୍ରି୍ରୟା ବନ୍ଦ ହେବନାହିଁ । କିଛି ନାଟୋ ରାଷ୍ଟ୍ର ଋଷ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି ।
ତେବେ କୌଣସି ସ୍ଥିତିରେ ବି ଋଷ ଶେଷ ପର୍ଯ୍ୟନ୍ତ ୟୁକ୍ରେନରେ ସାମରିକ ଅପରେସନ ଜାରି ରଖିବ ବୋଲି ସେ କହିଛନ୍ତି । ଋଷ ପରମାଣୁ ଯୁଦ୍ଧ ସଂପର୍କରେ ଚିନ୍ତା କରୁନାହିଁ ବୋଲି ଲାଭରୋଭ କହିଛନ୍ତି । ପରମାଣୁ ଯୁଦ୍ଧ କଥା ପଶ୍ଚିମ ନେତାମାନଙ୍କ ମୁଣ୍ଡରେ ଅଛି ଏବଂ ସେମାନେ ହିଁ ଆତଙ୍କ ବଢାଉଛନ୍ତି ବୋଲି ଲାଭରୋଭ କହିଛନ୍ତି । ଲାଭରୋଭ ଆମେରିକାକୁ ଫ୍ରାନ୍ସ ସମ୍ରାଟ ନେପୋଲିୟନ ବୋନାପାର୍ଟ ଏବଂ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ସହ ତୁଳନା କରିଛନ୍ତି । ଲାଭରୋଭ କହିଛନ୍ତି, ଚଳିତ ସପ୍ତାହରେ ଋଷ ପ୍ରତିନିଧି ଦଳ ୟୁକ୍ରେନ୍ ପ୍ରତିନିଧିଙ୍କୁ ଋଷର ଦାବି ଜଣାଇ ଦେଇଛନ୍ତି । ଏଥିରେ ନାଟୋ ଦଖଲ କଲେ ନିସ୍ତାର ମିଳିବନି ବୋଲି ସେ କହିଛନ୍ତି ।
Powered by Froala Editor