ୟୁକ୍ରେନ୍ର ନବନିର୍ମାଣ ହେବ, ସବୁ ଅର୍ଥ ଦେବ ରୁଷ : ଜେଲେନସ୍କି
ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନ୍ର ନବନିର୍ମାଣ ହେବ। ଏଥିପାଇଁ ରୁଷ ସବୁ ଅର୍ଥ ଦେବ ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କି କହିଛନ୍ତି। ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଦାୟୀ କରିଛନ୍ତି। ତେଣୁ ସିଏ ହିଁ କ୍ଷତିପୂରଣ ଦେବେ ବୋଲି ଜେଲେନସ୍କି କହିଛନ୍ତି।
୯ହଜାର ଋଷୀୟ ସୈନ୍ୟ ନିହତ ହୋଇଥିବା, ଦାବି କରିଛନ୍ତି, ୟୁକ୍ରେନ୍ ରାଷ୍ଟ୍ରପତି । ଋଷର ୩୦ ଫାଇଟର୍ ଜେଟ୍, ୩୧ଟି ହେଲିକପ୍ଟର, ୨୧୭ ଟ୍ୟାଙ୍କ ଆଉ ୯ଶହ AFV ଧ୍ବଂସ କରିସାରିଲାଣି ୟୁକ୍ରେନ୍ । କେବଳ ସେତିକି ନୁହେଁ, ୪୨ଟି MLRS, ୧୧ଟି ଆଣ୍ଟି ଏୟାର ଡିଫେନ୍ସ, ୩୭୪ ଅଟୋ ମୋବାଇଲ ଟେକନିକସ୍ ବି ଧ୍ବଂସ କରିଥିବା ଜେଲେନସ୍କି କହିଛନ୍ତି।
ସେ କହିଛନ୍ତି ଯେ, ୟୁକ୍ରେନ୍ରେ ଯାହା ସବୁ କ୍ଷୟକ୍ଷତି ଘଟିଛି ଏହାର ଭରଣା ରୁଷ କରିବା ଉଚିତ। ଆମେ ଦୁଇ ଦୁଇଟି ବିଶ୍ୱଯୁଦ୍ଧକୁ ସାମ୍ନା କରି ସେଥିରୁ ବର୍ତ୍ତିଛୁ। ୩ଟି ଭୟଙ୍କର ଦୁର୍ଭିକ୍ଷକୁ ମଧ୍ୟ ମୁକାବିଲା କରିଛୁ। ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ଭେଟିଛୁ। କ୍ରିମିଆ ଅକ୍ତିଆର ଏବଂ ପୂର୍ବପଟରେ ଯୁଦ୍ଧର ବିଭୀଷିକା ଏମିତି କେତେ କଣ ବିପର୍ଯ୍ୟକୁ ସାମ୍ନା କରିଛୁ। ଅନେକ ସମୟର ରୁଷ ଆମକୁ ନଷ୍ଠ କରିବା ପାଇଁ ଉଦ୍ୟମ କରିଛି। କିନ୍ତୁ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇପାରିନି। ଆମେ ସବୁ ପ୍ରକାର ବିପତ୍ତିକୁ ସାମ୍ନା କରିଛୁ । ହେଲେ ହାରମାନିନୁ। ଯଦି ଏତେ ପରେ କେହି ଜଣେ ଭାବୁଥାଏ ୟକ୍ରେନ ଲୋକେ ଡରିଯିବେ, ଭାଙ୍ଗିଯିବେ କିମ୍ବା ଆତ୍ମ ସମର୍ପଣ କରିବେ ତେବେ ସେମାନେ ଭୁଲ ଭାବୁଛନ୍ତି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଦମ୍ଭର ସହ କହିଛନ୍ତି।
Powered by Froala Editor