ବ୍ରେକ୍ ଫେଲ୍ ହେବାରୁ ୫୦ ଫୁଟ୍ ଖାଇକୁ ଖସିଲା କାର୍

ରାଜସ୍ଥାନ ଅଜମେରର ତାରାଗଡ ଅଞ୍ଚଳରେ ଭୟଙ୍କର କାର ଦୁର୍ଘଟଣା ଘଟି ଗୋଟିଏ ପରିବାରର ୭ ଜଣ ଆହତ ହୋଇଛନ୍ତି। କାରରେ ୭ ଜଣଙ୍କ ସମେତ ଏକ ଶିଶୁ ମଧ୍ୟ ଥିଲା। କାରଟି ପ୍ରାୟ ୫୦ ଫୁଟ୍ ଗଭୀର ଖାଇକୁ ଖସିବା ପରେ ଓଲଟି ଯାଇଥିଲା। ସୌଭାଗ୍ୟବଶତଃ କାର୍ଟି ଏକ ବୁଦାରେ ଲାଗିଯିବାରୁ ସମସ୍ତେ ମୃତ୍ୟୁରୁ ବଞ୍ଚି ଯାଇଛନ୍ତି । ଉଦ୍ଧାର ପରେ ସଭିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଅହମଦାବାଦ (ଗୁଜରାଟ)ର ଗୋଟିଏ ପରିବାର ତାରାଗଡ ଯାଇ କାରରେ ଫେରୁଥିଲେ। ପାହାଡ ରାସ୍ତାରେ କାରଟି ତଳକୁ ଖସିବା ସମୟରେ ବ୍ରେକ୍ କାମ ନକରିବା ଫଳରେ ୫୦ ଫୁଟ ତଳକୁ ଖସି ପଡିଥିଲା। ବୁଦାରେ ଲାଖି ରହିବାରୁ କେହି ଅଧିକ ଗୁରୁତର ହୋଇ ନାହାଁନ୍ତି। ଅଞ୍ଚଳରେ ଥିବା ସ୍ଥାନୀୟଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରେନ ଯୋଗେ କାରଟିକୁ ଉପରକୁ ଉଠା ଯାଇଥିଲା।
Powered by Froala Editor