ଜିଲ୍ଲାୱାରୀ ଟ୍ରେଣ୍ଡିଂ: ରାୟଗଡ଼ା

୨୧/୨୨
ବିଜେଡି-୧୬
ବିଜେପି-୦୨
କଂଗ୍ରେସ-୦୫
ଅନ୍ୟାନ୍ୟ-୦୦
ଖୁବଶୀଘ୍ର ହେବାକୁ ଯାଉଛି ପଞ୍ଚାୟତ ଫଇସଲା । ଚାଲିଛି ତୃତୀୟ ଦିନର ଭୋଟ ଗଣତି । ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ । ରାଜ୍ୟରେ ତୃତୀୟ ଦିନରେ ୨୩୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ତେବେ ସକାଳ ୧୨ଟା ୦୪ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ବିଜେଡି ୮୧୬ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୭୩୦ ଜୋନରେ ଆଗୁଆ ଅଛି । ସେହିପରି ବିଜେପି ୪୪ ଓ କଂଗ୍ରେସ ୩୪ ଓ ଅନ୍ୟ ଦଳ ୮ ଜୋନରେ ଆଗୁଆ ଅଛି ।
ପଞ୍ଚାୟତ ନିର୍ବାଚନରେ ବିଜୟ ମୁହାଁ ହେଉଛି ବିଜେଡି । ପ୍ରଥମ ଓ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ପ୍ରାୟ ଅଧିକାଂଶ ଆସନରେ ବିଜେଡି ଲିଡ୍ କରୁଛି । ପ୍ରଥମ ପର୍ୟ୍ୟାୟ ଭୋଟ ଗଣତିରେ ୩୧୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୨୮୨ରେ ବିଜୟୀ ହୋଇଛି । ତା ପଛକୁ ବିଜେପି ୧୫ଟି ଆସନ ହାତେଇଥିବା ବେଳେ କଂଗ୍ରସ ୧୪ଟି ଆସନ ହାତେଇଛି । ପ୍ରଥମ ପର୍ୟ୍ୟାୟ ଭୋଟ ଗଣତି ପରେ ଅଧିକାଂଶ ଆସନରେ ବିଜେଡି ବିଜୟୀ ହୋଇଥିବା ଜଣାପଡ଼ିଥିଲା ।
ସେହିପରି ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗଣତିରେ ମୋଟ ୩୦୬ଟି ଆସନ ମଧ୍ୟରୁ ୨୩୬ଟି ଆସନରେ ବିଜୟୀ ହୋଇଛି । ତା ପଛକୁ ବିଜେପି ୧୬ଟି ଆସନ ହାତେଇଥିବା ବେଳେ କଂଗ୍ରସ ୧୫ଟି ଏବଂ ଅନ୍ୟାନ୍ୟ ଦଳ ବା ସ୍ବାଧୀନ ପ୍ରାର୍ଥୀ ୨ଟି ଆସନରେ ବିଜୟୀ ହୋଇଛି ।ଆଜି ଶେଷ ପର୍ୟ୍ୟାୟରେ ୨୩୦ ଜୋନରେ ଭୋଟ ଗଣତି ହେଉଛି । ସକାଳ ୮ଟା ସମୟରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଗତଥର ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ପଛରେ ପଡ଼ିଯାଇଥିବା ଦେଖା ଦେଇଛି । ଚଳିତ ନିର୍ବାଚନରେ ସେହି ଅଙ୍କ ପୁଣି ଅକ୍ତିଆର କରିବାରେ ବିଜେପି ଫେଲ ମାରିଛି ।
Powered by Froala Editor