ବିଜେପୁରରେ ବିଜେପି
ବରଗଡ: ବିଜେପୁର ବ୍ଲକରେ ବିଜେଡିକୁ ମାତ ଦେଇ ସିଟ ହାତେଇଲା ବିଜେପି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ୟ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି ।
ଦ୍ଵିତୀୟ ଦିନର ଭୋଟ ଗଣତିରେ ଜିଲ୍ଲାର ୧୧ ଗୋଟି ବ୍ଲକର ଜୋନ ୨ ପାଇଁ ହୋଇଥିଲା ଭୋଟ ଗଣନା । ବିଜେଡି ୮ଟି ଜୋନରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ କୁହାଯାଉଥିବା ବିଜେପୁର ବ୍ଲକରେ ପରାସ୍ତ ହୋଇଛି । ତେବେ ଈଔଚ ଦଳବିଜେପି ମାତ୍ର ୩ ଗୋଟି ଜୋନରେ ନିଜର ସ୍ଥିତି ବଜାୟ ରଖିଛି ।ସୂଚନା ଅନୁଯାୟୀ ଜିଲ୍ଲାର ୧୨ ଗୋଟି ବ୍ଲକରେ ଦୁଇଦିନର ଭୋଟ ଗଣନାରେ ମୋଟ ୨୩ ଗୋଟି ଜୋନର ଫଳାଫଳ ଆସିଥିବା ବେଳେ ସେଥିମଧ୍ୟରୁ ଈଔଊ ୧୮ ଗୋଟି ଜୋନ ଅକ୍ତିଆର କରିଥିବାବେଳେ ଈଔଚ ଦଳ ମାତ୍ର ୫ ଗୋଟି ଜୋନ ହାତକୁ ଆଣିବାରେ ସଫଳ ହୋଇଛି । ତେବେ ଆଜି ତୃତୀୟ ଦିନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ବରଗଡ଼ର ୩୪ ଗୋଟି ଜିଲ୍ଲା ପରିଷଦ ଜୋନରୁ କେଉଁ ଦଳ କେତେ ଆସନ ଅକ୍ତିଆର କରୁଛି ତାହା ଭୋଟ ଗଣତି ଫଳାଫଳ ପରେ ହିଁ ଜଣାପଡ଼ିବ ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ତୃତୀୟ ଦିନରେ ୨୩୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ତେବେ ସକାଳ ୧୧ଟା ୨୨ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ବିଜେଡି ୮୧୬ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୭୩୦ ଜୋନରେ ଆଗୁଆ ଅଛି । ସେହିପରି ବିଜେପି ୪୪ ଓ କଂଗ୍ରେସ ୩୪ ଓ ଅନ୍ୟ ଦଳ ୮ ଜୋନରେ ଆଗୁଆ ଅଛି ।
Powered by Froala Editor