ଦୁଇ ବର୍ଷ ପରେ ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ, ପିଲା ଖୁସ
ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ପରେ ଆଜି ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ । ପିଲାମାନେ ସ୍କୁଲ ପରିସରରେ ପହଞ୍ଚି ବେଶ୍ ଖୁସି ହୋଇଥବା ଦେଖିବାକୁ ମିଳିଛି । ନୂଆ ସାଙ୍ଗସାଥୀଙ୍କୁ ପାଇ ସେମାନଙ୍କ ସହ ନାଚ, ଗୀତ, ଖେଳକୁଦ କରି ମସ୍ତି କରୁଛନ୍ତି ।
ପିଲା ସ୍କୁଲ ଆସିବେ ବୋଲି ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହି ସପ୍ତାହରେ ପାଠପଢା ହେବ ନାହିଁ । କେବଳ ପିଲାଙ୍କ ଆକ୍ଟିଭ୍ କ୍ଲାସ ହେବ । ଏହି ସପ୍ତାହଟା ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପିଲାଙ୍କୁ ମନାଇବା ପାଇଁ କାର୍ଯ୍ୟ କରାଯିବ । ଆସନ୍ତା ସପ୍ତାହରୁ ସେମାନଙ୍କୁ ପାଠ ପଢାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor