ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍
ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସିଲା ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା । ଟିକାକରଣ ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ମେ ୩ ତାରଖରୁ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ ।
ଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ହେଲେ ଆବଶ୍ୟକ ମୁତାବକ ଟିକା ନଥିବାରୁ ଓଡିଶାରେ ମେ ୧ରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ଆରମ୍ଭ ହେଉନାହିଁ। ଟିକା ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍କୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ଏହା ମଧ୍ୟରେ ଶୁକ୍ରବାର ଭୁବନେଶ୍ଵରରେ କୋଭାକ୍ସିନର ଦେଢ ଲକ୍ଷ ଡୋଜ୍ ପହଞ୍ଚିଛି। ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ ପାଇଁ କୋଭାକ୍ସିନ ପହଞ୍ଚିଛି। ସଟ୍ଡାଉନ୍ ସତ୍ତ୍ଵେ କାଲିଠୁ ଟ୍ରାଏଲ ବେସ୍ରେ କିଛି ଲୋକଙ୍କୁ ଟିକା ଦିଆଯିବ। ତେବେ ସୋମବାରଠୁ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଟିକାକରଣ ହେବ ବୋଲି ଜଣା ପଡିଛି। ପର ମାସରେ ୬୦ ଲକ୍ଷ ଡୋଜ୍ ଦେବାକୁ ଅର୍ଡର ଦିଆଯାଇଥିବା ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
Powered by Froala Editor