କାଉଣ୍ଟିଂ ଅପଡେଟ: ବିଜେଡି ୫୨୧, ବିଜେପି ୪୩, କଂଗ୍ରେସ ୩୦

ଭୁବନେଶ୍ୱର: ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ୱିତୀୟ ଦିନ । ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ତେବେ ବର୍ତ୍ତମାନର ଟ୍ରେଣ୍ଡିଂ ଅନୁସାରେ ଦିନ୧୨.୩୮ ସୁଦ୍ଧା ୬୦୦ ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୨୧ ଆସନ ଅକ୍ତିଆର କରିଛି । ସେହିପରି ବିଜେପି-୪୩, କଂଗ୍ରସ ୩୦ ଓ ଅନ୍ୟ ୦୬ ଅଛି ।
ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୧୫ ଜୋନରୁ ୩୦୦ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ଦିନ ୧୧ଟା ୧୦ ସୁଦ୍ଧା ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଛି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।
ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ସକାଳ ୮ଟାରୁ ଦ୍ଵିତୀୟ ପର୍ୟ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। ୩୦୭ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ୍ ଗଣତି କାର୍ୟ୍ୟ। ଫେବ୍ରୁଆରୀ ୨୮ ଭୋଟ୍ ଗଣତି କାର୍ୟ୍ୟ ଶେଷ ହେବ। ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ, ମୋଟ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗତକାଲି ଭୋଟ୍ ଗଣତିର ପ୍ରଥମ ଦିନରେ ୩୧୫ ଜୋନରେ ଭୋଟ୍ ଗଣତି ହୋଇଥିଲା।
Powered by Froala Editor