ମତ ବଦଳାଇଲେ ଟ୍ରମ୍ପ : କହିଲେ, ପୁଟିନ୍ ବାଇଡେନ୍ଙ୍କୁ ଢୋଲ ପରି ବଜାଉଛନ୍ତି

ଦୁଃଖର ବିଷୟ। ପୁଟିନ୍ ବାଇଡେନ୍ଙ୍କୁ ଢୋଲ ପରି ବଜାଉଛନ୍ତି। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଏପରି ମତ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବାଇଡେନ୍ ପୁଟିନ୍ଙ୍କୁ ୟୁକ୍ରେନ୍ ସହ ଯୁଦ୍ଧ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ଏଥିସହ ଏହି ଆକ୍ରମଣକୁ ସେ ମାନବତା ଉପରେ ଆକ୍ରମଣ ବୋଲି କହିଛନ୍ତି।
ଫ୍ଲୋରିଡାରେ ‘କଞ୍ଜର୍ଭେଟିଭ୍ ପଲିଟିକାଲ୍ ଆକ୍ସନ୍ କନ୍ଫରେନ୍ସ୍’ରେ (ସିପିଏସି) ଭାଷଣ ଦେଇ ଟ୍ରମ୍ପ୍ କହିଛନ୍ତି, ୟୁକେନ୍ ଉପରେ ରୁଷର ଏଭଳି ଆକ୍ରମଣ କରିବା କ୍ଷୋଭର କଥା। ଏଭଳି କ୍ରୋଧ ଓ ଭୟାବହ ଭାବେ ଆକ୍ରମଣ କରିବା ଅନୁଚିତ କଥା। ଆମେ ସ୍ୱାଭିମାନୀ ୟୁକ୍ରେନୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ।
ଆଗରୁ ଏହି ଯୁଦ୍ଧ ସମ୍ପର୍କରେ ସକାରାତ୍ମକ ମତପୋଷଣ କରୁଥିବା ଟ୍ରମ୍ପ୍ ହଠାତ୍ ତାଙ୍କର ମତ ପରିବର୍ତ୍ତନ କରି ରୁଷ୍ର ୟୁକ୍ରେନ୍ ଆକ୍ରମଣକୁ ଭୟବହ ଘଟଣା କହି ନିନ୍ଦା କରିଛନ୍ତି। ତା’ଛଡ଼ା, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ବାଇଡେନ୍ ପ୍ରଶାସନ ମୁକାବିଲା କରିପାରୁ ନାହିଁ ବୋଲି ସେ କହିଛନ୍ତି।
Powered by Froala Editor