ବିଜେଡ଼ିର ସଫଳତା ନେଇ ଏହା କହିଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପି ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି । ଦଳର ସବୁ ନେତା ମଧ୍ୟ ଏହା ସ୍ୱୀକାର କରି ଆସୁଛନ୍ତି । ତେବେ ବିଜେଡ଼ିର ସଫଳତା ନେଇ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଏହାକୁ ଧନାଦେଶ ବୋଲି କହିଛନ୍ତି ।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତିଯେ, ଚଳିତ ପଞ୍ଚାୟତ ନିର୍ବାଚନ ଗଣତନ୍ତ୍ର ପାଇଁ ଉପହାସ ସଦୃଶ ଥିଲା । ଶାସକ ବିଜୁ ଜନତା ଦଳ ବିପୁଳ ଟଙ୍କା ଖର୍ଚ୍ଚ କରି ନିର୍ବାଚନରେ ବାଜିମାତ କରିବାରେ ସଫଳ ହୋଇଛି । ଜିତିବା ପାଇଁ ସରକାରୀ କଳକୁ ବି ବ୍ୟବହାର କରାଗଲା ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଏନେଇ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତିଯେ, ହାରିଲେ ବିରୋଧୀ ଦଳ ଏଭଳି ଅଭିଯୋଗ ଆଣନ୍ତି । ଆଗରୁ ଯନ୍ତ୍ରାଦେଶ ବୋଲି କହୁଥିଲେ । ଏବେ ସେମିତି ବିରୋଧୀ ବିଜେପି ନେତାମାନେ ବାହାନା କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ, ଚଳିତ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ଭାରତୀୟ ଜନତା ପାର୍ଟି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଅପରପକ୍ଷରେ ବିଜୁ ଜନତା ଦଳ ଏକପାଖିଆ ବିଜୟ ହାସଲ ଦିଗରେ ଅଗ୍ରସର ହେଉଛି ।
Powered by Froala Editor