ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ୟୁକ୍ରେନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ମଧ୍ୟ ଏବେ ଫସି କରି ରହିଛନ୍ତି ।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଶାର ଛାତ୍ର ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ସେହିପରି ୟୁକ୍ରେନର ଛାତ୍ର ଓ ଶ୍ରମିକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଏବଂ ଏହି ସଙ୍କଟ ସମୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor