ବାଇଡେନଙ୍କ ଚେତାବନୀ: ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତି ଅଚଳ କରାଯିବ

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଋଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକାର ରାଷ୍ଟ୍ରପତି ବାଇଡେନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି, ପରିଣାମ ଭୋଗିବେ । ଋଷର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ । ଋଷର ୪ଟି ବଡ଼ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି । ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତି ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ । ଯଦି ଋଷ ସାଇବର ହମଲା କରେ, ସେଥିପାଇଁ ଆମେ ପ୍ରସ୍ତୁତ । ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ । ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବାର ଯୋଜନା ନାହିଁ । ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଚାହୁଁଛି ଋଷ । ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ହେବ ବୋଲି ବାଇଡେନ କହିଛନ୍ତି ।
Powered by Froala Editor