ଅଧାରୁ ଫେରିଲା ଭାରତୀୟ ବିମାନ
ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ସେନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ ପୁଟିନ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି ।
ତେବେ ଏହା ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ୟୁକ୍ରେନ ଯାଉଥିବା ଭାରତୀୟ ବିମାନ ଅଧାରୁ ଫେରି ଆସିଥିବା ଜଣାଯାଇଛି । ଏୟାର ଇଣ୍ଡିଆର ଏଏଲ୧୯୪୭ ବିମାନ ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ଆଣିବାକୁ ୟୁକ୍ରେନ ଯାଉଥିବାବେଳେ ଅଧାରୁ ଦିଲ୍ଲୀ ଫେରିଆସିଛି । ୟୁକ୍ରେନ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିବାରୁ ବିମାନ ଫେରିଆସିଥିବା ଜଣାଯାଇଛି । ଯୁଦ୍ଧ ଘନଘଟା ଭିତରେ ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଥିବା ଜଣାଯାଇଛି ।
ୟୁକ୍ରେନ ବେସାମରିକ ବିମାନ ଉଡ଼ାଣ ବନ୍ଦ କରିଦେଇଛି । ଫଳରେ ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
Powered by Froala Editor