Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 06, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆଇଫୋନରେ ଚାଲିବ ନାହିଁ YouTube

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଯୁଦ୍ଧ: ଚିନ୍ତା ପ୍ରକଟ କଲା ଭାରତ

ଯୁଦ୍ଧ: ଚିନ୍ତା ପ୍ରକଟ କଲା ଭାରତ

2022-02-24 06:36:56
15651
Share:
Facebook
Twitter
E-Mail
WhatsApp
Telegram
ଯୁଦ୍ଧ: ଚିନ୍ତା ପ୍ରକଟ କଲା ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଏଥିସହ ଦୁଇ ଦେଶକୁ ଯୁଦ୍ଧରୁ ବିରତ ରହି ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରିଛି। ମିଳିତ ଜାତିସଂଘରେ ଥିବା ଭାରତ ସ୍ଥାନୀୟ ସଦସ୍ୟ ଟିଏସ୍ ତିରୁମୂର୍ତ୍ତି ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ନିଜର ମତ ରଖିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାର ସମାଧାନ ତୁରନ୍ତ ହେବା ଜରୁରୀ। ତୁରନ୍ତ ପଦକ୍ଷେପ ନିଆ ନଗଲେ ଅନ୍ତର୍ଜାତୀୟ ସୁରକ୍ଷା ଆହୁରି ବିପଦପୂର୍ଣ୍ଣ ସ୍ଥିତିକୁ ଚାଲି ଆସିବ। ସବୁ ପକ୍ଷଙ୍କ ସୁରକ୍ଷାକୁ ବିଚାରକୁ ନେଇ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ପଦକ୍ଷେପ ନିଅନ୍ତୁ। ବିବାଦର ସମାଧାନ କୂଟନୀତିକ ସ୍ତରରେ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ,ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ପଶ୍ଚିମ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍‌ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ସେ ବାହାର ରାଷ୍ଟ୍ରଗୁଡ଼ିକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପ୍ରତି ସମସ୍ତେ ସତର୍କ ରୁହନ୍ତୁ। ଆମେ ସବୁ ପ୍ରକାରର ନିଷ୍ପତ୍ତି ନେଇଛୁ। ମୋର ଆଶା ମୋତେ ସମସ୍ତେ ଭଲ ଭାବେ ଶୁଣିଥିବେ।
ବାରମ୍ବାର କହିବା ସତ୍ତ୍ୱେ ଆମେରିକା ଓ ଏହାର ସହଯୋଗୀମାନେ ୟୁକ୍ରେନକୁ ନାଟୋରେ ସାମିଲ କରିବାକୁ ଆଗଭର ହେଉଛନ୍ତି। ଏଥିସହ ମସ୍କୋ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏହା କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି ସେ ବେଶ ଆକ୍ରମଣାତ୍ମକ ଅନ୍ଦାଜରେ କହିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନ ଉପରେ ଆଟାକ ଆରମ୍ଭ କଲା ଋଷିଆ ।   ୟୁକ୍ରେନ୍ ରାଜଧାନୀ ସମେତ ୬ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କିବ, ଖାରକିବ ସମେତ ୬ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ । ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନ ୬ଟି ସ୍ଥାନ ଉପରେ ଆକ୍ରମଣ କରିଛି ଋଷ । ସେପଟେ ବ୍ଲାକ୍ ସି’ରେ ଋଷ ନୌସେନା ଅପରେସନ୍ ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି ।

Powered by Froala Editor

Tags War

Related articles Odisha News Lens 4.1

  • ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13413
    Jun 05, 2025
  • ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ
    ମନୋରଞ୍ଜନ

    ICUରେ ଦୀପିକା, କର୍କଟ ଅସ୍ତ୍ରୋପଚାର ଶେଷ

    15082
    Jun 04, 2025
  • ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ
    ଦେଶ-ଦେଶାନ୍ତର

    ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ

    15407
    Jun 05, 2025
  • ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ
    ଦେଶ-ଦେଶାନ୍ତର

    ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

    15067
    Jun 05, 2025
  • ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍
    ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14252
    Jun 04, 2025
  • ଭାରତରେ  ନିର୍ମାଣ ହେବ ରାଫେଲ
    ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    13994
    Jun 05, 2025
  • ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା
    ଦେଶ-ଦେଶାନ୍ତର

    ୨୦୨୭ ମାର୍ଚ୍ଚ ୧ରୁ ହୋଇପାରେ ଜନଗଣନା

    15669
    Jun 04, 2025
  • ଆଇଫୋନରେ ଚାଲିବ ନାହିଁ YouTube
    ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15272
    Jun 05, 2025
  • ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ଦେଶରେ ୪୩୦୨ କରୋନା ସଂକ୍ରମିତ ଚିହ୍ନଟ

    15015
    Jun 05, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଆଗତ ଟିକସ ବିଲ୍‌କୁ ମସ୍କଙ୍କ ତୀବ୍ର ସମାଲୋଚନା

    13413
    Jun 05, 2025
  • ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15272
    Jun 05, 2025
  • ଦେଶ-ଦେଶାନ୍ତର

    ୫୦୦ ଟଙ୍କିଆ ନୋଟ୍ ବନ୍ଦ ନେଇ ଆସିଲା ଅପଡେଟ୍

    14252
    Jun 04, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16942
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15474
    Apr 03, 2021

ବିଶେଷ

  • ଅଧା କପ୍‌ ବିଟ୍‌ ରସର କରାମତି

    13932
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13767
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13766
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    15367
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15307
    Jun 02, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15691
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16309
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14018
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14813
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଇଫୋନରେ ଚାଲିବ ନାହିଁ YouTube

    15272
    Jun 05, 2025
  • ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

    15067
    Jun 05, 2025
  • ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15522
    Jun 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In