ଅଫଲାଇନ୍ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ
ଅଫଲାଇନ ମୋଡରେ ବୋର୍ଡ ପରୀକ୍ଷାକୁ ବିରୋଧ କରି ଦାୟର ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏପରି ପିଟିସନ ଉପରେ ଶୁଣାଣି କରିବାର କୌଣସି କାରଣ ନାହିଁ। ଏହିପରି ପିଟିସନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
କରୋନା ସଂକ୍ରମଣ ଯୋଗୁ ସିବିଏସଇ ଦଶମ ଓ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ୧୫ଟି ରାଜ୍ୟର ଛାତ୍ରଛାତ୍ରୀ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍କିଂ ବ୍ୟବସ୍ଥା କରିବାକୁ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଆବେଦନକାରୀ ଅଫଲାଇନ ମୋଡରେ ବୋର୍ଡ ପରୀକ୍ଷାକୁ ବିରୋଧ କରି ପିଟିସନରେ ଲେଖିଥିଲେ ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ପାଠ ପଢ଼ିଛନ୍ତି। ଅନେକ ପିଲା ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ ଅନଲାଇନ ମୋଡରେ ପାଠ ପଢ଼ିପାରିନାହାନ୍ତି। କରୋନାର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଉପସ୍ଥିତ ହେବାକୁ କହିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଅଫଲାଇନ ମୋଡରେ ବୋର୍ଡ ପରୀକ୍ଷା ନକରି ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ଉପାୟ ବାହାର କରିବା ଉଚିତ୍। ହେଲେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ଧାର୍ଯ୍ୟ ତାରିଖରେ ଅଫଲାଇନ ମୋଡରେ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛନ୍ତିି ସୁପ୍ରିମକୋର୍ଟ। ସିବିଏସଇ ସହ ଆଇସିଏସଇ ଛାତ୍ରଛାତ୍ରୀ ମଧ୍ୟ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ।
Powered by Froala Editor