କଟକରେ ଲାଗିଲା ନୂଆ କଟକଣା, ଜାଣନ୍ତୁ କ’ଣ
କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ନୂଆ କଟକଣା ଜାରି କରାଯାଇଛି । ଏଣିକି ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ । ଆସନ୍ତା ସୋମବାର ଠାରୁ କଟକ ସହରରେ ଏହି ସାନି କଟକଣା ଲାଗୁ ହେବ । ଆଗାମୀ ୧୫ ଦିନ ପାଇଁ ଏହି କଟକଣା ଲାଗୁ କରାଯିବ । କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ ଓ ଛତ୍ରବଜାରରେ କାରବାର ବନ୍ଦ ରହିବ । ଦିନ ୨ରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଉଛି । କେଉଁଠି ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ କେଉଁଠି ଯାନବାହାନ ଉପରେ କଟକଣା ଲଗାଯାଉଛି ।
Powered by Froala Editor