ଘୂର୍ଣ୍ଣିଝଡ଼ ନେଲା ଜୀବନ : ୯୮ ଫୁଟ୍ କ୍ରେନ୍ ଖସି ୨ ଶ୍ରମିକଙ୍କ ମୃତ୍ୟୁ
ଭୟାନକ ଘୂର୍ଣ୍ଣିଝଡରେ ୯୮ ଫୁଟର କ୍ରେନ୍ ଖସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏ ଦୁର୍ଘଟଣା ପୋଲାଣ୍ଡ କ୍ରାକୋ ସ୍ଥିତ ଏକ ନିର୍ମାଣାଧୀନ କୋଠାରେ ଘଟିଛି । ଯାହାର ଛାତି ଥରିଗଲା ଭଳି ଭିଡିଓ ଭାଇରାଲ ହେଉଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୟୁରୋପରେ ପୂର୍ବରୁ ଏଭଳି କେବେ ଘୂର୍ଣ୍ଣିଝଡ ଦେଖିବାକୁ ମିଳିନଥିଲା ।
ପୋଲାଣ୍ଡ ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ପାଖାପାଖି ମାଇଲ୍ ପ୍ରତି ୪୦ କିଲୋମିଟର ବେଗରେ ପବନ ବୋହିଥିଲା। ଏହି ସମୟରେ କୋଠାର ନିର୍ମାଣ ମୁରାପୋଲ ଗ୍ରୁପ ଦ୍ଵାରା ଚାଲିଥିଲା। ସେଠାରେ ଦିଆଯାଇଥିବା ଆଉଟଲେଟ୍ ଅନୁଯାୟୀ, କ୍ରେନ କାମରେ ବ୍ୟବହାର କରାଯାଉନଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ଚାରି ଜଣ କାମ କରୁଥିଲେ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ ଡାକ୍ତରଖାନାରେ ଘଟିଛି।
Powered by Froala Editor