କୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ : ୟୁକ୍ରେନ ଛାଡିବାକୁ ଭାରତୀୟ ନାଗରିକଙ୍କ ପାଇଁ ଜାରି ହେଲା ଆଡଭାଇଜରି

କୌଣସି ବି ମୁହୂର୍ତ୍ତରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୋଇପାରେ । ତେଣୁ ଭାରତ ସରକାର ନିଜ ଦେଶର ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି। ଏ ସଂକ୍ରାନ୍ତରେ ୟୁକ୍ରେନରେ ଅବସ୍ଥାପତି ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।
ୟୁକ୍ରେନରେ ଭାରତୀୟ ଦୂତାବାସ ଟୁଇଟ୍ କରି ଲେଖିଛନ୍ତି, ଯେଉଁ ଭାରତୀୟ ନାଗରିକଙ୍କ ଏଠାରେ ରହିବା ଉଚିତ୍ ଭାବୁନୁ ସେମାନଙ୍କୁ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଉଛି। ସେମାନଙ୍କ ପାଇଁ କର୍ମସିଆଲ ଉଡାଣ ଏବଂ ଚାଟାର୍ଡ ଉଡାଣର ବ୍ୟବସ୍ଥା କରାଯାଇ ପାରିବ।
ଭାରତୀୟ ଦୂତାବାସ କହିଛି, ଚାଟାର୍ଡ ବିମାନ ପାଇଁ ଛାତ୍ରମାନେ ନିଜର କଣ୍ଟ୍ରାକ୍ଟରଙ୍କ ସହିତ ଲଗାତାର ଯୋଗାଯୋଗରେ ରୁହନ୍ତୁ। ଦୂତାବାସର ଫେସବୁକ, ଓ୍ଵେବସାଇଟ୍ ଏବଂ ଟୁଇଟର ସହ ଜଡିତ ରୁହନ୍ତୁ। ୟୁକ୍ରେନରେ ପ୍ରାୟ ୧୮ ହଜାର ଭାରତୀୟ ଛାତ୍ର-ଛାତ୍ରୀ ପଢୁଛନ୍ତି। ଏଥିରୁ ଅଧିକାଂଶ ମେଡିକାଲ ପଢିବାକୁ ସେଠାକୁ ଯାଇଛନ୍ତି। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଯଦି କାହାର ୟୁକ୍ରେନରେ ନିଜର ପରିଜନଙ୍କ ପାଇଁ ସାହାଯ୍ୟ କିମ୍ବା ସୂଚନା ଚାହୁଁଛନ୍ତି ତେବେ ହେଲ୍ପଲାଇନ୍ ନମ୍ବର 011-23012113, 011-23014104 ଏବଂ 011-23017905ରେ କଲ୍ କରି ପାରିବେ। ଏହା ବ୍ୟତୀତ ଟୋଲ ଫ୍ରି ନମ୍ବର 1800118797ରେ ମଧ୍ୟ କଲ୍ କରି ପାରିବେ।
ଏହାପୂର୍ବରୁ ଫେବୃଆରୀ ୧୫ରେ କିଭ୍ରେ ଥିବା ଭାରତୀୟ ଦୂତାବାସ ସମସ୍ତ ନାଗରିକ ଓ ଶିକ୍ଷାର୍ଥୀମାନଙ୍କୁ ୟୁକ୍ରେନକୁ ଅସ୍ଥାୟୀ ଭାବେ ଛାଡ଼ିବାକୁ ପରାମର୍ଶ ଦେଇଥିଲା। ଏହି ନିର୍ଦ୍ଦେଶ ପରେ ରୁଷ ସୀମାରୁ ସୈନ୍ୟ ପ୍ରତ୍ୟାହାର କରୁଥିବା ଖବର ମିଳିଥିଲା। ତେଣୁ ଗୁରୁବାର ଭାରତ ସରକାର ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଜରୁରିକାଳୀନ ସ୍ଥିତିରେ ସ୍ୱଦେଶ ଆଣିବା ପାଇଁ କୌଣସି ଯୋଜନା ନଥିବା କହିଥିଲେ।
Powered by Froala Editor