ୟୁଜିସି ନେଟ୍ ରେଜଲ୍ଟ ପ୍ରକାଶ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୟୁଜିସି ନେଟ୍ ରେଜଲ୍ଟ ପ୍ରକାଶ କରିଛି। ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍ ୱେବ୍ସାଇଟ୍ସ୍’ ugcnet.nta.nic.inରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍ ସାଇକ୍ଲ୍ ପାଇଁ ସେମାନଙ୍କର ‘ଏନ୍ଟିଏ ଏନ୍ଇଟି’ ଫଳାଫଳ ଚେକ୍ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍ ନମ୍ବର’ ଓ ‘ପାସ୍ୱାର୍ଡ’ ଏଣ୍ଟର୍ କରିବାକୁ ପଡ଼ିବ।
୨୦୨୧ ନଭେମ୍ୱର ମାସରୁ ୨୦୨୨ ଜାନୁଆରୀ ପର୍ଯ୍ୟନ୍ତ ଦେଶର ୨୩୯ଟି ସହରରେ ମୋଟ ୮୩୭ଟି କେନ୍ଦ୍ରରେ ପରୀକ୍ଷାର ଆୟୋଜନ କରିଥିଲା ଏନଟିଏ। ତିନୋଟି ପର୍ଯ୍ୟାୟରେ ମୋଟ ୮୧ଟି ବିଷୟରେ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାର ‘ଆନ୍ସର କି’ ଜାନୁଆରୀ ୨୧ରେ ପ୍ରକାଶ କରାଯାଇଥିଲା । କୋଭିଡ୍-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ ଜୁନ୍ ସାଇକ୍ଲ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ‘ୟୁଜିସି ଏନ୍ଇଟି ୨୦୨୧-୨୨’ ଫଳାଫଳକୁ ଅପେକ୍ଷା କରିଥିଲେ।
Powered by Froala Editor