ବାଲାଟ ପେପର ଛଡ଼ାଇନେଲେ ଦୁର୍ବୃତ୍ତ

ଯାଜପୁର: ରାଜ୍ୟରେ ଥମୁନି ନିର୍ବାଚନୀ ହିଂସା । ପ୍ରଥମ ପ୍ରର୍ୟ୍ୟାୟ ନିର୍ବାଚନରେ ହୋଇଥିବା ହିଂସାର ପୁନଃରାବୃତ୍ତି ହୋଇଛି । ପାର୍ଟିକୁ ଜିତେଇବାକୁ ଫୁଲ ପାୱାରରେ କର୍ମୀ । ଯାଜପୁରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ପୋଲିଂ ଅଧିକାରୀଙ୍କ ଠାରୁ ବାଲାଟ ପେପର ଛଡ଼ାଇ ନେଇଥିବା ଜଣାଯାଇଛି । ମତଦାନ ଚାଲିଥିବାବେଳେ ୧୦ରୁ ୧୫ ଜଣ ପଶି ପୋଲିଂ ଅଧିକାରୀଙ୍କ ଠାରୁ ବାଲାଟ ପେପର ଛଡ଼ାଇ ନେଇଥିବା ଜଣାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡ଼ାର ୨ ଓ ୩ ନଂ ବୁଥରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ବାଲାଟ ପେପର ଛଡ଼ାଇ ନେଇଥିବାରୁ ମତଦାନ ବନ୍ଦ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ, ସେଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପ୍ରଥମ ପର୍ୟ୍ୟାୟ ମତଦାନରେ ବିଭିନ୍ନ ବୁଥରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଛନ୍ତି । ଏକ ବୁଥରେ ପଶି ଦୁର୍ବୃତ୍ତମାନେ ୩୨ଟି ବାଲାଟ ପେପର ଚିରିଦେଇଛନ୍ତି । ଏଭଳ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଜିଲ୍ଲା ଚିକିଟି ବ୍ଲକ କୁତୁାରୁ ପଞ୍ଚାୟତ ରାମେୟାପାଟଣା ବୁଥରେ । ରାମେୟାପାଟଣାର ୧୨ନମ୍ବର ବୁଥରେ ପଶି ବାଲାଟ ପେପର ଚିରି ଦେଇଥିବା ସୂଚନା ମିଳିଛି ।
ସେହିଭଳି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଛନ୍ତି । ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରେ ହିଂସାକାଣ୍ଡ ଘଟିଛି । ଗୋଟିଏ ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ । ଆଉ ଗୋଟିଏ ବୁଥ ଭିତରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଭାଙ୍ଗିଦେଇଥିବା ଜଣାଯାଇଛି । ପଟସରା କେନ୍ଦ୍ରରେ ବି ଉତ୍ତେଜନା ଯୋଗୁଁ ମତଦାନ ବନ୍ଦ ରହିଥିବା ଜଣାଯାଇଛି ।
ତେବେ ଦିନ ୧ଟା ସୁଦ୍ଧା ୬୫ ପ୍ରତିଶତ ମତଦାଦ ହୋଇଥିବା ସୂଚନା ମିଳିଛି । ତେବେ ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଭୋଟଦାନ ହୋଇଥିଲା । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।
ଅନ୍ୟପକ୍ଷରେ କୋଟିଆରେ ଦିନ ୧୨ଟା ସୁଦ୍ଧା ୪୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଜଣାଯାଇଛି ।
Powered by Froala Editor