ଏହି ଦିନ ଟିକା ବନ୍ଦ, ଜାଣନ୍ତୁ କେଉଁ ଦିନ

ଭୁବନେଶ୍ୱର: ସଟଡାଉନ ଥିବାରୁ ଶନିବାର ଓ ରବିବାର ରାଜ୍ୟରେ ଟିକାକରଣ ବନ୍ଦ ରହିବ । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ୧୮ରୁ ୪୪ ବର୍ଷ ବର୍ଗର ଟିକାକରଣ ପାଇଁ ଆଜି କିଛି କୋଭାକ୍ସିନ ଆସିବ । ଟିକା ଆସିବା ପରେ କେବେ ୧୮-୪୪ ବର୍ଗଙ୍କୁ ଟିକା ଦିଆଯିବ ତାହା ସ୍ଥିର କରାଯିବ । ସେହିପରି ସେକେଣ୍ଡ ଡୋଜ ଦେବାକୁ ଟିକା ନଥିବା ପରିବାର କଲ୍ୟାଣ ନିଦେ୍ର୍ଧଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି । ତେବେ ଆଜି ସେକେଣ୍ଡ ଡୋଜ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି ।
Powered by Froala Editor