ଜାମ୍ମୁକାଶ୍ମୀର ପାଲଗାମରେ ଭୂକମ୍ପ

ବୁଧବାର ଭୋର ୫ଟା ୪୩ ମିନିଟରେ ଜାମ୍ମୁକାଶ୍ମୀର ପାଲଗାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଏ ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ । ଏହା ଭିତରେ ଜମ୍ମୁରେ ବହୁବାର ଭୂକମ୍ପ ଝଟକା ଅନୁଭୂତ ହେଲାଣି । ୧୦ ଫେବୃଆରୀରେ ପର୍ଯ୍ୟଟନସ୍ଥଳ ଗୁଲମର୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ ୫ ଫେବୃଆରୀରେ ଜମ୍ମୁର ଉଦମପୁର, ଡୋଡା, କିସ୍ତଓ୍ବାଡ, ପୁଞ୍ଛ ସହ କାଶ୍ମୀର ଘାଟିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଥିଲା ।
Powered by Froala Editor