ଲାଲ ଶାଢୀ ପିନ୍ଧି ଫ୍ୟାନ୍ଙ୍କୁ ଘାଇଲା କଲେ ସୁହାନା
ମଥାରେ ବିନ୍ଦି, ଲାଲ୍ ଶାଢୀ ପିନ୍ଧି ଚର୍ଚ୍ଚାରେ ଅଛନ୍ତି ବଲିଉଡର ବାଦଶାହ ତଥା ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ । ନିକଟରେ ସୁହାନାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲାଇମଲାଇଟ୍ ଠାରୁ ଦୂରେଇ ରହିଥିବା ସୁହାନା ପ୍ରତିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସନ୍ତି। ଏହି କାରଣରୁ ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ମଧ୍ୟ ସୁହାନା ଖାନଙ୍କ ଫ୍ୟାନ୍ ଫଲୋର୍ସ ଖୁବ୍ ଅଧିକ । ହେଲେ ଏବେ ଲାଲ୍ ଶାଢୀ ଫଟୋ ଇଣ୍ଟର ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଭିନ୍ନ ଅନ୍ଦାଜର ଫଟୋକୁ ଶେୟାର କରି ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି ସୁହାନା। ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଫଟୋକୁ ଏପର୍ଯ୍ୟନ୍ତ୧ ଲକ୍ଷ ୪୭ ହଜାରରୁ ଅଧିକ ପନ୍ଦ କରିଥିବା ବେଳେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି ।
ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁହାନା ଖାନଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ଫଟୋରେ ସୁହାନା ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଲାଲ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି ।
Powered by Froala Editor