ମଲାଇକାଙ୍କ ସହ ସମ୍ପର୍କକୁ ଖୋଲାଖୋଲି ପ୍ରକାଶ କଲେ ଅର୍ଜୁନ, କ’ଣ କହିଲେ ପଢ଼ନ୍ତୁ...

ମୁମ୍ବାଇ: ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ବେଶ୍ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ଭାବେ ମୁହଁ ଖୋଲିଛନ୍ତି ଅର୍ଜୁନ । କେବଳ ସେତିକି ନୁହେଁ, ସୋସିଆଲ୍ ମିଡିଆରେ ଚାଲିଥିବା ଗୁଜବକୁ ସେ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ଯେଉଁମାନେ ତାଙ୍କ ନାମରେ ଅପପ୍ରଚାର କରୁଥିଲେ ସେମାନଙ୍କୁ ମଧ୍ୟ କଡ଼ ଭାଷାରେ ଜବାବ ଦେଇଛନ୍ତି ଅର୍ଜୁନ କପୁର ।
ନିକଟରେ ଏକ ସାକ୍ଷାତକାରରେ ଅର୍ଜୁନ କପୁରଙ୍କୁ ମଲାଇକାଙ୍କ ସହ ସମ୍ପର୍କ ନେଇ କିଛି ପଚରା ଯାଇଥିଲା । ଆଉ ସେତେବେଳେ ସେ ମଲାଇକାଙ୍କ ସହ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ମୁହଁ ଖୋଲିଥିଲେ । କହିଥିଲେ, ଆମେ ଉଭୟ ପରସ୍ପରକୁ ଭଲ ପାଉଛି । ମୁଁ ତାଙ୍କ ଦୁଃଖସୁଖରେ ଛିଡ଼ା ହେଉଛି । ସେ ବି ମୋର ଖରାପ ଓ ଭଲ ପରିସ୍ଥିତିରେ ସାଥ୍ ଦେଉଛନ୍ତି । ଆମେ ଦୁଇ ଜଣ ପରସ୍ପର ରହିବାକୁ ନିଷ୍ପତ୍ତି ନେଇସାରିଛୁ ।
ସୋସିଆଲ୍ ମିଡିଆରେ ଚାଲିଥିବା କିଛି ଗୁଜବକୁ ନେଇ ଅର୍ଜୁନ କହିଛନ୍ତି, କିଛିଦିନ ପୂର୍ବରୁ ଆମ ସମୟ ବହୁତ ଖରାପ ଚାଲିଥିଲା । ଆମେ ଯଦି କେଉଁଠିକୁ ଏକାଠି ଯାଉଥିଲୁ ବିଭିନ୍ନ କଥା ଶୁଣିବାକୁ ପଡ଼ୁଥିଲା । ଏପରିକି କିଛି କାରଣ ନଥାଇ ମଧ୍ୟ ବଦନାମ କରାଯାଉଥିଲା । ଏବେ କିନ୍ତୁ ଆଉ ସେ ସମୟ ନାହିଁ । ଧୀରେ ଧୀରେ ସମୟ ସହିତ ଆମ ଜୀବନଶୈଳୀ ମଧ୍ୟ ବଦଳିଛି ।
ମଲାଇକାଙ୍କ ଠାରୁ ବୟସରେ ଢେର୍ ସାନ ଅର୍ଜୁନ କପୁର । ଯାହାକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିଲା । ହେଲେ ଏହାକୁ ଉଭୟ ଖାତିର କରିନଥିଲେ । ସବୁକିଛି ପଛରେ ପକାଇ ସେମାନେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଅପରପକ୍ଷରେ ଅର୍ଜୁନ କପୁର ସୋସିଆଲ୍ ମିଡିଆରେ ମଲାଇକାଙ୍କ ସହ କିଛି ରୋମାଣ୍ଟିକ୍ ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ୍ ହୋଇଛି । ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଏବେ ଉଭୟଙ୍କୁ ନେଇ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଯାଇଛି ।
Powered by Froala Editor