ମା’ ୱାଇ ଫାଇ କାଟିଦେଲା ବୋଲି ପରିବାରକୁ ଗୁଳି କରିଦେଲା ପୁଅ

ମହାରାଷ୍ଟ୍ରରେ ହ୍ୱାଟସଆପକୁ ନେଇ ହତ୍ୟାକାଣ୍ଡ ଘଟିଥିବାବେଳେ ସ୍ପେନ୍ରେ ମଧ୍ୟ ଇଣ୍ଟରନେଟ୍କୁ ନେଇ ପରିବାରକୁ ମାରିଦେଇଛି ପୁଅ । ମା’ ସାମାନ୍ୟ ୱାଇ ଫାଇ କନେକସନ କାଟିଦେବାରୁ ପୁଅ ଘରର ୩ ସଦସ୍ୟଙ୍କୁ ଗୁଳି କରିଦେଇଛି । ଏପରିକି ହତ୍ୟା କରିବା ପରେ ସେମାନଙ୍କ ମୃତଦେହ ସହ ୩ ଦିନ ବନ୍ଦ ଘରେ ରହିଥିଲା । ପରେ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା । ସମସ୍ତେ ଏ କଥା ଶୁଣି ହତବାକ୍ ହୋଇଯାଇଥିବାବେଳେ ଅଭିଯୁକ୍ତ ନାବାଳକ ଏବେ ଜେଲରେ ଅଛି ।
ସୂଚନା ଥାଉକି, ସ୍କୁଲରେ ଖରାପ ମାର୍କ ଆଣିବା ସହ ଘର କାମରେ ସାହାଯ୍ୟ କରୁନଥିଲା ପିଲାଟି । ଶେଷରେ ବାଧ୍ୟ ହୋଇ ମାଆ ଘରର ୱାଇ-ଫାଇ କନେକ୍ସନ୍ କାଟି ଦେଇଥିଲେ । ଏଥିରେ ରାଗିଯାଇ ପିଲାଟି ତାର ମା, ବାପା ଏବଂ ୧୦ ବର୍ଷର ଭାଇକୁ ଗୁଳି କରି ହତ୍ୟା କରିଥିଲା । ସେ ମୃତଦେହ ସହିତ ତିନି ଦିନ ଧରି ଘରେ ରହିଥିଲା । ଘଟଣା ପରେ ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି ।
Powered by Froala Editor