କରୋନା ବେକାବୁ, ବିଏମ୍ସି ପକ୍ଷରୁ ଆଇଡ଼ି ମାର୍କେଟ ସିଲ୍

ଭୁବନେଶ୍ୱର:ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ଏବେ ଅଣାୟତ୍ତ ହେବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି । ରାଜଧାନୀରେ କରୋନା ସଂକ୍ରମଣ ହାର ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ( ବିଏମ୍ସି ) ପକ୍ଷରୁ ଆଇଡ଼ି ମାର୍କେଟକୁ ସିଲ୍ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ଓ ସାମାଜିକ ଦୂରତ ପାଳନରେ ଅବହେଲା ଯୋଗୁଁ ୨୪ ଘଣ୍ଟା ପାଇଁ ମାକେର୍ଟକୁ ସିଲ୍ କରିଛି ବିଏମ୍ସି।ଲୋକେ ଅମାନିଆ ହୋଇ କିଣାବିକା କରୁଥିବାରୁ ବିଏମସି ପକ୍ଷରୁ ଏଭଳି କାର୍ୟ୍ୟାନୁଷ୍ଠାନ ନିଆ ଯାଇଛି ।
ସୂଚନା ମୁତାବିକ, କୋଭିଡ କଟକଣାକୁ ଉଲଂଘନ ଅଭିଯୋଗରେ ଆଇଡି ମାର୍କେଟ ସିଲ୍ କରିଛି ବିଏମ୍ସି । ମାର୍କେଟରେ ଭିଡ଼ ଜମାଇବା କାରଣରୁ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଆସନ୍ତା କାଲି ଶନି ଓ ରବି ଦୁଇଦିନ ସପ୍ତାହାନ୍ତ ସଟଡାଉନ ରହିଛି। ଏଣୁ ଆସନ୍ତା ୩ ଦିନ ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଗତ କାଲି ସନ୍ଧ୍ୟାରେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ। ଗତକାଲି ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ ପୂର୍ବରୁ ମାର୍କେଟ୍ ବିଲ୍ଡିଂ ଏବଂ ଭିଏସଏସନଗର ହାଟ ଓ ୟୁନିଟ-୧ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଛି ।
Powered by Froala Editor