ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ଗାଜିୟାବାଦ : ଗାଜିୟାବାଦର ଇନ୍ଦିରାପୁରମ ଥାନା ଅନ୍ତର୍ଗତ ବସୁନ୍ଧରା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତ ଗତିରେ ଯାଉଥିବା ଏକ କାର ପୋଲ ତଳକୁ ଖସି ପଡିବା ଫଳରେ କାରରେ ଥିବା ତିନି ସାଙ୍ଗଙ୍କର ମୃତ୍ୟୁ ଘଟିଛି।
ତିନି ଜଣ ସାଙ୍ଗ ଏକ ବିବାହ ଉତ୍ସବରେ ଇନ୍ଦିରାପୁରମସ୍ଥିତ ଏକ ଫାର୍ମ ହାଉସକୁ ଆସିଥିଲେ। ବିବାହରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା। ଏଥିରେ ୩ ଜଣଙ୍କର କେନାଲରେ ବୁଡି ଯିବା ଫଳରେ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
Powered by Froala Editor