୧୪ ଫେବ୍ରୁଆରୀ ଠାରୁ ପ୍ଲେ ସ୍କୁଲ୍ ଖୋଲିବ
୧୪ ଫେବ୍ରୁଆରୀ ଠାରୁ ପ୍ଲେ ସ୍କୁଲ୍ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ସ୍କୁଲ ପରିଚାଳନା କମିଟି ସ୍କୁଲ ଖୋଲିବେ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ । ସ୍କୁଲରେ କୋଭିଡ ନିୟମର କଡ଼ାକଡ଼ି ପାଳନ ହେବ । ଉଭୟ ଟିଚିଂ ଏବଂ ନନ୍ଟିଚିଂ ଷ୍ଟାଫ୍ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ବାଧ୍ୟତାମୂଳକ ହେବ। ଏଥିସହିତ ସ୍କୁଲ କର୍ତ୍ତୃପକ୍ଷ ଛୋଟ ଛୋଟ ଶିଶୁ ମାନଙ୍କର ଭଲରେ ଯତ୍ନ ନେବାକୁ ରାଜ୍ୟ ସରକାର ନିିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ସୋମବାରଠାରୁ ଅଷ୍ଟମରୁ କଲେଜ ପର୍ଯ୍ୟନ୍ତ ଖୋଲିଛି। ଛାତ୍ରଛାତ୍ରୀମାନେ କୋଭିଡ୍ ଗାଇଡ୍ଲାଇନ୍ରେ ସ୍କୁଲ ଓ କଲଜେ ଆସୁଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ସ୍କୁଲ ଓ କଲେଜ ଖୋଲିଥିବାରୁ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି।
Powered by Froala Editor