କିସ୍ କରି କଲେ ରେକର୍ଡ : ଲକ୍ଷାଧିକ ଟଙ୍କା ସହ ଜିତିଲେ ହୀରାର ମୁଦି
କିସ୍ ବା ଚୁମ୍ବନ ପ୍ରେମ ପରିପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ । ପ୍ରେମୀ ପ୍ରେମିକାକୁ, ସ୍ବାମୀ ସ୍ତ୍ରୀଙ୍କୁ ଚୁମ୍ବନ କରିଥା’ନ୍ତି । ବନ୍ଧୁମାନେ ମଧ୍ୟ ବନ୍ଧୁତ୍ବ କିସ୍ ଦେଇ ନିଜର ଭାବ ପରିପ୍ରକାଶ କରିଥା’ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି ଯେ, ଜଣେ କିସ୍ କରି ୨ ଲକ୍ଷ ଟଙ୍କା ଓ ହୀରାର ମୁଦି ଜିତିପାରିଛନ୍ତି । ଥାଇଲାଣ୍ଡରେ ରହୁଥିବା ଏକ କପଲ୍ ପୂରା ୫୮ ଘଣ୍ଟା କିସ୍ କରି ନିଜ ନାମରେ ଏକ ଅନନ୍ୟ ରେକର୍ଡ କରିଛନ୍ତି । ଏହା ସହିତ ଆକର୍ଷଣୀୟ ଉପହାର ମଧ୍ୟ ପାଇଛନ୍ତି ।
ଥାଇଲାଣ୍ଡର ଏହି କପଲ୍ ୧୦ -୧୫ ମିନିଟ୍ ନୁହେଁ, ପୂରା ୫୮ ଘଣ୍ଟା ୩୫ ମିନିଟ୍ ୫୮ ସେକେଣ୍ଡ ପର୍ୟ୍ୟନ୍ତ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଇ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ଚୁମ୍ବନକୁ ଦୁନିଆର ସବୁଠୁ ଦୀର୍ଘ ଚୁମ୍ବନ ବା କିସ୍ ବୋଲି ଅଭିହିତ କରାଯାଇଛି । ଏପରିକି ଦୁହେଁ ଟଏଲଟ୍ ଯିବା ସମୟରେ ମଧ୍ୟ କିସ୍ କରିବା ବନ୍ଦ କରିନଥିଲେ । ଦୀର୍ଘ ସମୟ ଧରି କିସ୍ କରିଥିବା ଏହି କପଲ୍ ରେକର୍ଡର ଅଧିକାରୀ ହେବା ସହ ୨ ଲକ୍ଷ ଟଙ୍କା ଓ ଦୁଇଟି ହୀରା ମୁଦି ଜିତିଛନ୍ତି ।