ପରିବେଶ ସୁରକ୍ଷା ନିୟମ ଭାଙ୍ଗିଲା ହିନ୍ଦୁସ୍ତାନ ଜିଙ୍କ୍ ଲିଃ, ଦେବ ୨୫ କୋଟିର ଜୋରିମାନା
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବେଦାନ୍ତ ଗ୍ରୁପ୍ କମ୍ପାନୀ ହିନ୍ଦୁସ୍ଥାନ ଜିଙ୍କ ଲିଃ ଉପରେ ୨୫ କୋଟି ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏନଜିଟି କହିଛନ୍ତି, ପରିବେଶ ସୁରକ୍ଷା ସମ୍ପର୍କିତ ନିୟମ ଭାଙ୍ଗିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ନିୟମ ଉଲ୍ଲଙ୍ଘନ ଯୋଗୁ ବହେରୁଖେରା, ଅଗୁଚା, ପାରାସରମପୁରା, କଲ୍ୟାଣପୁର, କୋଟିୟା, ବାଲାପୁରା ଭଳି ୬ରୁ ଅଧିକ ପଞ୍ଚାୟତ ଓ ହୁରଦା ବ୍ଲକର ଅନ୍ୟମାନେ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ କମ୍ପାନୀ ଉପରେ କ୍ଷତିପୂରଣ ଦେବାକୁ କୁହାଯାଇଛି। କମ୍ପାନୀ ନିର୍ଦ୍ଦେଶ ଅନୁଯାୟୀ କ୍ଷତିପୂରଣ ଦେବେ ଓ କମିଟିର ପ୍ରସ୍ତାବ ଅନୁସାରେ କାର୍ଯ୍ୟ କରିବେ ବୋଲି ଏନଜିଟି କହିଛନ୍ତି।
ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଏକେ ଗୋଏଲ କହିଛନ୍ତି, ସବୁ କଥାକୁ ବିଚାର କରି କମ୍ପାନୀକୁ ୨୫ କୋଟି ଟଙ୍କା ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ୩ ମାସ ମଧ୍ୟରେ ଭିଲୱାରା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ କମ୍ପାନୀ ଏହି ଜୋରିମାନା ଦାଖଲ କରିବ।
ସୂଚନା ଯେ, ହିନ୍ଦୁସ୍ତାନ ଜିଙ୍କ ଲିଃ ରାଜସ୍ଥାନର ଭିଲୱାରା ଜିଲ୍ଲାରେ ତା’ର ପ୍ରତିଷ୍ଠାନ ଖୋଲିଛି। ଏଠାରେ କମ୍ପାନୀ ପ୍ରାୟ ୧୨୦୦ ହେକ୍ଟର ଅଞ୍ଚଳରେ ଜିଙ୍କ ଓ ଏହା ସହ ଜଡ଼ିତ ସାମଗ୍ରୀ ଖନନ କରୁଥିଲେ ମଧ୍ୟ ମଧ୍ୟ ପରିବେଶ ସୁରକ୍ଷା ପାଇଁ ଜାରି ନିୟମକୁ ଉଲ୍ଲଙ୍ଘନ କରୁଛି। ଏଥିପାଇଁ ଏନଜିଟି ଏପରି ଦଣ୍ଡବିଧାନ କରିଛନ୍ତି।
Powered by Froala Editor