୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସାରକାରଙ୍କ ଦୁର୍ନିତି ବିରୋଧୀ ଅଭିଯାନ ଜାରି ରହିଛି । ରାଜ୍ୟରେ ଆଉ ୫ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନିତୀ ଓ ଅପାରଗତା ପାଇଁ ୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସର ନେଇଥିବା ଅଧିକାରୀମାନେ ହେଲେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ବାଲିକୁଦା ବ୍ଲକ ସିଡିପିଓ ସରଳା ଦେଇ, ବାଲିକୁଦା ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପିଟିସି ପୋଲିସ୍ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା ଏବଂ କେନ୍ଦୁଝର ସଦର ତହସିଲ୍ ରେଭିନୁ୍ୟ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ଅବସର ଦିଆଯାଇଛି ।
Powered by Froala Editor