ପଂଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର: ପିସିସିର ପରାମର୍ଶ କ୍ରମେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ଏକ ୨୦ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ସେଥିରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାରଙ୍କ ସହିତ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଂଚାନନ କାନୁନଗୋ, ସପ୍ତଗିରୀ ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ରହିଥିବା ବେଳେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ କାୱାସି ଲକ୍ଷ୍ମା ମଧ୍ୟ ରହିଛନ୍ତି । ଏମାନେ ସମସ୍ତେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବହୁଳ ଭାବରେ ପ୍ରଚାର କରିବେ ବୋଲି ପିସିିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଜେ୍ଞଶ୍ୱର ବାବୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
Powered by Froala Editor