ଅସିବକି ଚତୁର୍ଥ ଲହର? ଏହା କହିଲେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ
ଭୁବନେଶ୍ୱର: ଦିନକୁ ଦିନ ଉଭୟ ରାଜ୍ୟ ଓ ଦେଶରେ କରୋନାର ଦୈନିକ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଛି । ଗତ କିଛି ଦିନ ହେବ କରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ତେବେ କରୋନାର ସ୍ଥିତିକୁ ଦେଖି ରାଜ୍ୟରେ ସରକାର କଟକଣାକୁ କୋହଳ କରୁଛନ୍ତି । ଗତକାଲିଠୁ ସ୍କୁଲ ଖୋଲିବା ସହ ନିର୍ବାଚନୀ କଟକଣାକୁ ମଧ୍ୟ କୋହଳ କରାଯାଇଥିଲା ।
ଏହାରି ଭିତରେ କରୋନା ସ୍ଥିତିକୁ ନେଇ ଆଜି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କରୋନାର ଚତୁର୍ଥ ଲହର ଆସିବ କି ନାହିଁ , ତାହା ବର୍ତ୍ତମାନ କହି ହେବ ନାହିଁ ।
ଆଗାମୀ ମାସକ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ନପହଞ୍ଚିବା ଭଳି ଲାଗୁଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କୋଭିଡ ଆକ୍ରାନ୍ତଙ୍କ ହସ୍ପିଟାଲାଇଜେସନ୍ ୮/୯ପ୍ରତିଶତକୁ କମି ଆସିଛି । ତୃତୀୟ ଲହରରେ ରାଜ୍ୟରେ ୧୫% ଶିଶୁ ସଂକ୍ରମିତ ହେବା ଆକଳନ ଥିଲା । କିଛି ଦିନ ପାଇଁ ୧୦ରୁ ୨୮ପ୍ରତିଶତକୁ ବୃଦ୍ଧି ପାଇଥିଲା । ମହାମାରୀ ସମୟରେ ସଂକ୍ରମଣ କମିବ, ବଢିବ- ତେଣୁ ସମସ୍ତେ ନିୟମ ମାନିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
Powered by Froala Editor