ନୁସରତଙ୍କ ଭିଡିଓ ଦେଖି ଦିୱାନା ହେଲେ ଫ୍ୟାନ୍

ପ୍ରାୟ କିଛି ଦିନ ହେବ ବିବାଦରେ ରହୁଥିବା ଟିଏମ୍ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଟିଏମ୍ସି ସାଂସଦଙ୍କ ବୋଲ୍ଡ ଲୁକ୍ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଛଛି। ନୁସତର ଏବେ ଦେଖାଇଛନ୍ତି ତାଙ୍କ ନୂଆ ଅନ୍ଦାଜ। ହଟ୍ ଆଉ ଗ୍ଲାମର ଅନ୍ଦାଜରେ ସେ ନଜର ଆସିଛନ୍ତି ।
ଭିଡିଓରେ ନୁସରତ ଗୋଲାପି ରଙ୍ଗର କ୍ରପ୍ ଟପ୍ ଏବଂ ସ୍କଟ୍ ପିନ୍ଧି ଡ୍ୟାନ୍ସ କରୁଛନ୍ତି। ତେବେ ଆଖି ପିଛୁଳାକେ ସେ କ୍ୟାମେରା ସାମ୍ନାରେ ତାଙ୍କର ଏହି ଡ୍ରେସ୍ ବଦଳାଇ ପୁଣି ଧଳା ରଙ୍ଗର ଏକ ଡ୍ରେସ୍ରେ ନଜର ଆସିଛନ୍ତି । ନୁସରତଙ୍କ ଏହି ନୂଆ ଲୁକ୍କୁ ଫ୍ୟାନ୍ମାନେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଶେଆର କରି ନୁସରତ କ୍ୟାପସନ୍ରେ ଲେଖିଛନ୍ତି, ‘ଏହା ଏକ ପୁରୁଣା ଭିଡିଓ। ଶୁଟିଂ ପାଇଁ ଭିନ୍ନ ଭିନ୍ନ ଆଉଟ୍ଫିଟ୍ ଟ୍ରାଏ କରିବାକୁ ପଡୁଥିଲା।’ ସେ ନିଜେ ତାଙ୍କର ଏହି ଲୁକ୍ର ଭିଡିଓକୁ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।
ସୂଚନା ମୁତାବକ, ନୁସରତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ବହୁ ବିବାଦ ପରେ ଏବେ ତାଙ୍କର ଏହିି ନୂଆ ଲୁକ୍ ସମସ୍ତଙ୍କୁ ପସନ୍ଦ ଆସିଛି ।
Powered by Froala Editor