ଲକ୍ଡାଉନ୍ ବେଳେ ସବୁ ସୀମା ଡେଇଁ ଯାଇଥିଲା କଂଗ୍ରେସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୯୫ ପରେ ଓଡ଼ିଶାରେ କଂଗ୍ରେସ ଜିତି ପାରିନାହିଁ। ନାଗାଲାଣ୍ଡ ଓ ଗୋଆରେ ବି ୨୮ ବର୍ଷ ହେଲା ଜିତିପାରି ନାହିଁ। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ ଫେରିନାହିଁ। ଗୁଜୁରାଟ ଓ ଉତ୍ତର ପ୍ରଦେଶରେ ମଧ୍ୟ କଂଗ୍ରେସ ପରାଜିତ ହୋଇଛି। ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଂକାର ଛାଡ଼ି ପାରିନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, କରୋନା ଲକ୍ଡାଉନ୍ ଚାଲିଥିବା ବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା। ଶ୍ରମିକମାନଙ୍କୁ ମାଗଣା ଟିକେଟ ଦେଇ ଘରକୁ ପଠାଇ ସଂକ୍ରମଣ ବଢ଼ାଇଥିଲା। କରୋନା ମୋଦି ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବିଥିଲେ। କଂଗ୍ରେସର କେତେ ନେତା ଲୋକଙ୍କୁ କରୋନା ସଚେତନ କରିଥିଲେ? ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆପଣଙ୍କ ବିରୋଧ ଦେଖିଲେ ଲାଗୁଛି ଆପଣମାନେ ମନସ୍ଥିର କରିଛନ୍ତି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନଆସିବାକୁ।
Powered by Froala Editor