ପାଟ୍ରୋଲିଂ ବେଳେ ବରଫ ଅତଡ଼ା ଧସିଲା, ୭ ଯବାନଙ୍କ ପତ୍ତା ମିଳୁନି
ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟର୍ରେ ବରଫ ଅତଡ଼ା ଧସିବାରୁ ୭ ଜଣ ଯବାନ ଫସି ଯାଇଛନ୍ତି। ବରଫ ଅତଡ଼ା ତଳୁ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସୁରକ୍ଷାକର୍ମୀମାନେ ଜୋରଦାର ଉଦ୍ୟମ କରୁଛନ୍ତି। ହେଲେ ଏଯାଏ ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ଉଦ୍ଧାର କାମରେ ସ୍ପେଶାଲ ଟିମ୍କୁ ନିୟୋଜିତ କରାଯାଇଛି। ଘଟଣା ସ୍ଥଳକୁ ଅଧିକ ସଂଖ୍ୟାରେ ଯବାନଙ୍କୁ ହେଲିକପ୍ଟର ଯୋଗେ ପଠାଯାଇଛି ।
ସୂଚନା ଯେ, କାମେଙ୍ଗ ସେକ୍ଟର୍ରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି। ବରଫ ଅତଡ଼ା ତଳେ ଫସି ରହିଥିବା ୭ ଯବାନ ପ୍ୟାଟ୍ରୋଲିଂ ଟିମରେ ସାମିଲ ଥିଲେ। ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
Powered by Froala Editor