ଆଜିଠୁ ପୂର୍ଣ୍ଣ ଉପସ୍ଥାପନାରେ ଚାଲିବ କେନ୍ଦ୍ରୀୟ ଅଫିସ୍
ନୂଆଦିଲ୍ଲୀ: ଆଜି ଠାରୁ କେନ୍ଦ୍ର ସରକାର ଅଧିନରେ କାମ କରୁଥିବା ସମସ୍ତ ସରକାରୀ ଚାକିରିଆ ପୂର୍ଣ୍ଣ ଉପସ୍ଥାପନାରେ ଅଫିସ୍ ଆସିବାକୁ ନୋଟିସ୍ ଜାରି କରିଛି କର୍ମଚାରୀ ଏବଂ ତାଲିମ ବିଭାଗ । ରବିବାର ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଆଉ ଘରେ ରହି କାମ କରିବେନି କେନ୍ଦ୍ରୀୟ କର୍ମଚାରୀ । ଆଜିଠୁ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ କେନ୍ଦ୍ରୀୟ ଅଫିସ୍ । ପୂର୍ବରୁ ଘରେ ରହି କାମ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିଲା ।
ଅନ୍ୟପଟେ କୋଭିଡର ସଂକ୍ରମଣ ହାର କମିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିତେନ୍ଦ୍ର ସିଂ କହିଛନ୍ତି । ଏହି ନିଷ୍ପତ୍ତି ନେବା ପୂର୍ବରୁ ମହାମାରୀ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା । ପୂର୍ଣ୍ଣ ଉପସ୍ଥାପନରେ ସମସ୍ତ କର୍ମଚାରୀ ଅଫିସ୍ ଆସିବା ଲାଗି କୁହାଯାଇଛି ।ଅପରପକ୍ଷେ ସମସ୍ତ କର୍ମଚାରୀ କୋଭିଡ୍ ନିୟମ ପାଳନ କରି ଅଫିସ ଆସିବାକୁ କୁହାଯାଇଛି । ଜାନୁଆରୀ ୩୧ରେ କେନ୍ଦ୍ର ସରକାର ଘରେ ରହି କାମ କରିବା ଲାଗି ସମୟ ସୀମା ଫେବୃଆରୀ ୧୫ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ । ମହାମାରୀର କୋପ କମିବା ପରେ କର୍ମଚାରୀ ଏବଂ ତାଲିମ ବିଭାଗ ପକ୍ଷରୁ ରବିବାର ନୂଆ ନୋଟିସ ଜାରି ହୋଇଛି ।
Powered by Froala Editor