ଆଜି ପବିତ୍ର ମାଘ ସପ୍ତମୀ

ପୁରୀ: ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ କଟକଣା ହେତୁ ଚଳିତଥର ମଧ୍ୟ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ଓ ସୂର୍ୟ୍ୟ ଦର୍ଶନ କରି ପାରିନାହାନ୍ତି । ଫଳରେ ଠାକୁରଙ୍କ ରୀତିନିତୀ ପରେ ତୀର୍ଥ ପୁଷ୍ପରଣୀରେ ବୁଡ ପକାଇଥିଲେ ସାଧୁସନ୍ଥ । ଆଜିର ତିଥିରେ ପ୍ରଭୁ ସୂର୍ୟ୍ୟଦେବ ଜନ୍ମ ଗ୍ରହଣ କରିଥିଲେ । ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ୟ୍ୟଙ୍କୁ ଦର୍ଶନ କଲେ ରୋଗ ଶୋକରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି ।
ପରମ୍ପରା ଅନୁସାରେ ଆଜି ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ଚନ୍ଦ୍ରଭାଗା ପବିତ୍ର ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ମେଳା ପଡିଆ ଓ ତୀର୍ଥ ପୁଷ୍ପରଣୀରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ବିନା ଭକ୍ତରେ ସମସ୍ତ କାର୍ୟ୍ୟ ତ୍ଵରାନିତ ହୋଇଛି । ତିନି ଠାକୁର ତ୍ରିବେଣେଶ୍ଵର, ଇସାନେଶ୍ଵର, ଦକ୍ଷିଣେଶ୍ବର ବିମାନରେ ବିଜୟମାନ ହୋଇ ଶୋଭାଯାତ୍ରାରେ ଆସିବା ପରେ ଅନନ୍ତ ଅବଧୁତ ମଠରୁ ତୀର୍ଥ ଆଳତି ପାଇଁ ଆସିଥିବା ଅଖଣ୍ଡ ଯଜ୍ଞକୁଣ୍ଡରୁ ଜ୍ୟୋତି ଚନ୍ଦ୍ରଭାଗା ପୁଷ୍ପରିଣୀ ନିକଟରେ ଆଳତି କରାଯାଇଥିଲା ।ଆଳତିପରେ ପରମ୍ପରା ଅନୁସାରେ ପ୍ରଥମେ ତିନି ଠାକୁର ସ୍ନାନ କରିବା,ପରେ ସାଧୁସନ୍ଥ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥିଲେ । ଲୋକକଥାନୁସାରେ ପ୍ରଭୁ କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପିଡୀତ ଥିବା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ୟ୍ୟ ଦର୍ଶନ କରି ମୁକ୍ତି ପାଇଥିଲେ ବୋଲି ସାଧୁସନ୍ଥ କହିଛନ୍ତି ।
Powered by Froala Editor