ଭକ୍ତଙ୍କ ପାଇଁ ମେଳା ବାରଣ, ଖାଁ ଖାଁ ଖଣ୍ଡଗିରି
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । କରୋନା କଟକଣା ପାଇଁ ଜନ ସମାଗମ ଉପରେ ରୋକ ଲାଗିଥିବାରୁ କେବଳ ସାଧୁସନ୍ଥ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିବେ । କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ । ଭକ୍ତଙ୍କ ପାଇଁ ମେଳା ବାରଣ ଥିବାବେଳେ କୌଣସି ପ୍ରକାର ଦୋକାନ ବଜାର ଖୋଲିବ ନାହିଁ ।
ଏହା ସହ ଅପେରା ପାର୍ଟିକୁ ମଧ୍ୟ ବନ୍ଦ କରାଯାଇଛି । ରବିବାର ଠାରୁ ବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି । ଚଳିତ ବର୍ଷ ଖଣ୍ଡଗିରିକୁ ମୋଟ ୧୦୦ଜଣ ବାବା ଆସିବେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦବୋସ୍ତ କରାଯାଇଛି ।
କରୋନା କଟକଣା ପାଇଁ ଜନସମାଗମ ଉପରେ ରୋକ ଲାଗିଥିବାରୁ କେବଳ ସାଧୁ ସନ୍ଥ ପୂଜାର୍ଚ୍ଚନ ଓ ହୋମ ଯଜ୍ଞ କରିବେ ବୋଲି ସୂଚନା ମିଳିଛି ।
Powered by Froala Editor