ରାଜଧାନୀରେ ଲୁଟେରାଙ୍କ ରାଜ, ୧୮ଲକ୍ଷରୁ ଉଦ୍ଧ୍ୱର୍ ଲୁଟିନେଲେ
ଭୁବନେଶ୍ୱର: ପୋଲିସ ପ୍ରଶାସନ ପକ୍ଷରୁ ଯେତିକି କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ପେଟ୍ରୋଲିଂ ଓ ଜନ ସଚେତନତା କରିଲେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜ । ରାଜଧାନୀ ଭୁବନେଶ୍ୱର ରେ ବିଭିନ୍ନ ପ୍ରକାରର ଗୁଣ୍ଡାରାଜ ଓ କ୍ରାଇମ ବଢ଼ିବାରେ ଲାଗିଛି । ରାଜଧାନୀରେ ଭଡାଟିଆଙ୍କ ଘରେ କଳା କନା ବୁଲାଇଲେ ଲୁଟେରା । ଦଶାହ କର୍ମରେ ଗାଁକୁ ଯାଇଥିବା ବେଳେ ଲୁଟ ହୋଇଥିବା ଅଭିଯୋଗ । ନଗଦ ୨୬ ହଜାର ଟଙ୍କା ସହିତ ୧୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଏଲିଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଘରେ କେହି ନଥିବାର ସୁଯୋଗ ନେଇ ଘରର ଚାବି ଭାଙ୍ଗି ଲୁଟ୍ କରିଥିଲେ ଲୁଟେରା । ଏଭଳି ଅଭିଯୋଗ ଆସିଛି ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆ ଅଞ୍ଚଳରୁ । ଅଭିଯୋଗ ପରେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor