ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର: ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ । ଅଭିଜ୍ଞ ବ୍ୟାଟର ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ୫ ନୂଆ ମୁହଁ ଦଳରେ ସାମିଲ ହୋଇଛନ୍ତି । ୧୦ ତାରିଖରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ ଓଡ଼ିଶା ଟିମ୍ । ଏଲିଟ୍ ଗ୍ରୁପ୍ ଡି’ରେ ରହିଛି ଓଡ଼ିଶା ।
ଏହି ଗ୍ରୁପରେ ଶକ୍ତିଶାଳୀ ଦଳ ସୌରାଷ୍ଟ୍ର, ମୁମ୍ବାଇ ଓ ଗୋଆ ରହିଛନ୍ତି । ଦଳରୁ ଦୁଇ ପ୍ରମୁଖ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ବାଦ୍ ଦିଆଯାଇଛି । ସେହିଭଳି ଫାଷ୍ଟକ୍ଲାସ କ୍ରିକେଟ ଫର୍ମାଟରେ ପ୍ରଥମଥର ପାଇଁ ଅଂଶୁମାନ ରଥଙ୍କୁ ଦେଖିବାକୁ ମିଳିବ । ୪୦୦ ଓ୍ଵିକେଟ ନିକଟତର ହୋଇଥିବା ବସନ୍ତ ମହାନ୍ତି ଦଳରେ ରହିଛନ୍ତି ।
ସୁଜିତ ଲେଙ୍କା ଓ ରାଜେଶ ଧୂପରଙ୍କୁ ଓ୍ଵିକେଟ କିପର ଭାବେ ଦଳରେ ନିଆଯାଇଛି । ଜୟନ୍ତ ବେହେରା, ପପୁ ରାୟ ଓ ଶୁଭମ ନାୟକକଙ୍କ ଉପରେ ଦଳର ସ୍ପିନ ଆଟାକ୍ ଭରସା ରହିଛି ।
Powered by Froala Editor