Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ...

ରାଜ୍ୟ
Home ›› ରାଜ୍ୟ ››ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତା ଆଉ ନାହାନ୍ତି

ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତା ଆଉ ନାହାନ୍ତି

2022-02-06 12:26:54
14701
Share:
Facebook
Twitter
E-Mail
WhatsApp
Telegram
ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତା ଆଉ ନାହାନ୍ତି

ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ.ଦାମୋଦର ହୋତାଙ୍କ ପରଲୋକ ହୋଇଯାଇଛି। ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ  ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବର ଡାକ୍ତରଖାନାକୁ ନିଆଯାଉଥିଲା। ଡାକ୍ତରଖାନା ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ସଦସ୍ୟ ସୂଚନା ଦେଇଛନ୍ତି।

ପଣ୍ଡିତ ହୋତା ୧୯୩୫ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଆର୍ଥିକ ସହାୟତା ଲାଭକରି ସେ ପଣ୍ଡିତ ଓଁକାର ନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟଭଟ୍ଟଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।

ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟରୁ ସେ ଡକ୍ଟରେଟ ମଧ୍ୟ ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ତଥା ବରିଷ୍ଠ ହିନ୍ଦୁସ୍ତାନୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Powered by Froala Editor

Tags damodar

Related articles Odisha News Lens 4.1

  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା
    ମନୋରଞ୍ଜନ

    ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

    15390
    Jun 10, 2025
  • ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ
    ଦେଶ-ଦେଶାନ୍ତର

    ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ

    14329
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି
    ବିଶେଷ

    ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15060
    Jun 10, 2025
  • ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା
    ଦେଶ-ଦେଶାନ୍ତର

    ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା

    13631
    Jun 10, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ
    ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14316
    Jun 10, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ,  ଜାଣନ୍ତୁ ...
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ ...

    14357
    Jun 10, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…
    ବିଶେଷ

    ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13639
    Jun 10, 2025
  • ୪ ଘଣ୍ଟା  ChatGPT ଡାଉନ୍
    ଦେଶ-ଦେଶାନ୍ତର

    ୪ ଘଣ୍ଟା ChatGPT ଡାଉନ୍

    13519
    Jun 10, 2025
  • ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି
    ଦେଶ-ଦେଶାନ୍ତର

    ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

    14488
    Jun 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

    14488
    Jun 10, 2025
  • ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ ?

    14357
    Jun 10, 2025
  • ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14316
    Jun 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16654
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16954
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15483
    Apr 03, 2021

ବିଶେଷ

  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13639
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15060
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16053
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    15056
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15139
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15698
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16321
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14028
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14822
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

    15390
    Jun 10, 2025
  • ୪ ଘଣ୍ଟା ChatGPT ଡାଉନ୍

    13519
    Jun 10, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ ?

    14357
    Jun 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In