୧୦୧ ଛେଳି ବଳି ପକାଇ ଓୱେସିଙ୍କ ଶୁଭକାମନା କଲେ ବ୍ୟବସାୟୀ
ଅଜବ ଢଙ୍ଗରେ ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଶୁଭକାମନା କରିଛନ୍ତି ଜଣେ ବ୍ୟବସାୟୀ । ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ପରେ ୧୦୧ ଛେଳିଙ୍କୁ ବଳି ଦେଇଛନ୍ତି । ହାଇଦ୍ରାବାଦର ବାଘ-ଇ-ଜାହାନାରା ନିକଟରେ ଏହି ବଳି ସମାପନ ହୋଇଛି। ଏହି କାର୍ଯ୍ୟକ୍ରମରେ ମାଲାକପେଟ୍ ବିଧାୟକ ଏବଂ ଏଆଇଏମଆଇଏମ ନେତା ଅହମ୍ମଦ ବାଲା ଯୋଗ ଦେଇଥିଲେ।
ଫେବ୍ରୁଆରି ୩ରେ ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଏନେଇ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଓୱେସିଙ୍କୁ ଜେଡ୍ ସୁରକ୍ଷା ମିଳିସାରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଚ୍ଚିନ ଜପଣ୍ଡିତ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୯ଏମଏମ ପିସ୍ତଲ ଜବତ କରାଯାଇଛି। ସେହିପରି ପୁଲିସ ଅହାଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିବା ଅଭିଯୁକ୍ତ ସଚ୍ଚିନ କହିଛନ୍ତି। ତେବେ ଏହି ଆକ୍ରମଣ ପରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଓୱେସିଙ୍କ ଦୀର୍ଘ ଜୀବନ କାମନା କରି ୧୦୧ ଛେଳିଙ୍କୁ ବଳି ପକାଇ ଦେଇଥିବା ଜଣାପଡ଼ିଛି।
Powered by Froala Editor