କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକ
କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଆଉ ଜଣେ ସାମ୍ବାଦିକ । ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଂଜନ ଜୟପୁରିଆ ଯିଏକି ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।
ସୂଚନା ଅନୁଯାୟୀ, ମାନସ ରଂଜନ ଓଡିଆ ଗଣମାଧ୍ୟମ ସହ ଓତଃପ୍ରାେତ ଭାବେ ଜଡିତ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ମାନସ ରଞ୍ଜନ ଜୟପୁରିଆ ରାଜ୍ୟର ବିଭିନ୍ନ ବୈଦ୍ୟୁତିକ ଓ ଖବରକାଗଜରେ କାମ କରିଥିଲେ । ତାଙ୍କର ଅନେକ ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ତେବେ ସେ ନୂଆଦିଲ୍ଲୀ ସ୍ଥିତ ଜି ମିଡ଼ିଆରେ କାମ କରୁଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଯାହା ପରେ ସେ ସମ୍ବଲପୁର ଫେରି ଆସି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ। ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ପରିବାରକୁ ସାହସ ଦେବାକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
Powered by Froala Editor